ନୀଳଗିରିରେ ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

Spread the love

ଯାଜପୁର ୦୮/୪ (ସନ୍ଧାନ ନିଉଜ ): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଶାଖା ପକ୍ଷରୁ ଉକ୍ତ ଘଟଣାକୁ ନିନ୍ଦା କରାଯାଇଛି । ଏନେଇ ଆଜି ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକଙ୍କ ଜରିଆରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ଦଳେଇଙ୍କୁ ପୋଲିସର ମାଡ଼ ସହିତ ଚିକିତ୍ସା ସମୟରେ ତାଙ୍କ ଗୋଡ଼ରେ ବେଡ଼ି ପକାଇ ଅମାନୁଷିକ ଭାବେ ନିର୍ଯ୍ୟାତନା ଦେବା ଘଟଣାକୁ ବିରୋଧ କରି ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ କରିବାକୁ ଦାବି କରିଛନ୍ତି । ସଂଘ ସଭାପତି ହରିହର ସ୍ୱାଇଁଙ୍କ ନେତୃତ୍ୱରେ ଉପ ସଭାପତି ବାଞ୍ଛାନିଧି ସାହୁ, କାର୍ଯ୍ୟକାରି ସଭାପତି ଅଭିମନ୍ୟୁ ମିଶ୍ର, ରାଜ୍ୟ କାର୍ଯ୍ୟ କାରି ସଭାପତି ହାରାଧନ ବାନାର୍ଜି, ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ରବିନାରାୟଣ କର, ପ୍ରଶାନ୍ତ କୁମାର ପାତ୍ର, ଦିବ୍ୟ କାନ୍ତ କର, ପଦ୍ମନାଭ ବୋଇତେଇ, ପବିତ୍ର ମହାନ୍ତି, ନିତ୍ୟାନନ୍ଦ ମହାଳିକ, ମନୋଜ କୁମାର ରଣା, ଜୟନ୍ତ ଗୋସ୍ୱାମୀ, କୃଷ୍ଣଚନ୍ଦ୍ର ନାଏକ, ସତ୍ୟ ବ୍ରତ ନାଏକ, ଭରତ ନାଏକ, ଅଜୟ ଭୂଇଁଆ, ରାଜକିଶୋର ପଣ୍ଡା, ବିଦ୍ୟାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment