ବୁଗୁଡା : ୨୧/୧/୨୦୨୧(ସନ୍ଧାନ ନିଉଜ): ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଠାରେ ଆୟୋଜିତ ନୀଳକଣ୍ଡେଶ୍ବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲକ୍ଷ୍ମୀ ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ସମିତିସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ଉମାଶଙ୍କର ନାୟକ, ମନୋଜ ଆଚାରୀ, ଶଙ୍କର ରାଓ ଓ ସଞ୍ଜିବ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ମ୍ୟାଚରେ ରୁମାଗଡ ଦଳ ପ୍ରଥମ ବ୍ୟାଟିଙ୍ଗ୍ କରି ୨୫୯ ରନ୍ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଖରିଡା ଦଳ ୧୫୪ ରନ୍ କରି ପରାସ୍ତ ହୋଇଥିଲା । ଅତିଥିମାନଙ୍କ ଦ୍ଵାରା ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍ ରୁମାଗଡ଼ ଦଳ ଓ ଉପବିଜେତା ଖରିଡା ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା ।ଏଥିସହ ରୁମାଗଡ ଦଳର ଅମୂଲ୍ୟଙ୍କୁ “ମ୍ୟାନ୍ ଅଫ୍ ଦି ମ୍ୟାଚ୍” ଓ ଖରିଡା ଦଳର ରାଜାଙ୍କୁ “ମ୍ୟାନ୍ ଅଫ୍ ଦି ସିରିଜ୍” ଭାବେ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା । ଏମ୍ପାୟର ଭାବେ ବିଜେନ୍ଦ୍ର ମହାରଣା ଓ ଟିଟୁ ପଣ୍ଡା ମ୍ଯାଚ ପରିଚାଳନା କରିଥିଲେ ।
ନୀଳକଣ୍ଠେଶ୍ଵର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରୁମାଗଡ଼ ଟିମ୍ ଚମ୍ପିଆନ୍
|
January 21, 2021 |
