ବାରିପଦା, ୫/୯/୨୦ (ସନ୍ଧାନ ନିଉଜ)/ଲିଙ୍ଗରାଜ ପଣ୍ଡା): ରାଜ୍ୟ ସରକାର ୨୦୧୮ରୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ (ଏୟୁ)ର ୧୦ଟି ବିଭାଗକୁ ନିୟମିତ କରିବା ନିମନ୍ତେ ମଞ୍ଜୁରି ପ୍ରଦାନ କରିସାରିଛନ୍ତି। ଏଟିଏସ୍, ଡବ୍ଲ୍ୟୁଏଲ୍ବିସି, ଏମବିଏ, ଏମ୍ଏସ୍ପନ୍ଥୀ, ମାଥମେଟିସ, ଏଜୁକେସନ୍, କମ୍ପ୍ୟୁଟର ସାଇନ୍ସ, ଇଣ୍ଟିଗ୍ରେଟେଡ୍ ବିଇଡି-ଏମ୍ଇଡି, ଇଂରାଜୀ ଏବଂ ସାନ୍ତାଳୀ ଭଳି ୧୦ଟି ବିଭାଗକୁ ନିୟମିତ କରିବାକୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଭାଗଗୁଡ଼ିକ ନିୟମିତ ହୋଇପାରିନାହିଁ। ଯାହାଫଳରେ ଛାତ୍ରଛାତ୍ରୀମାନେ ଉକ୍ତ ବିଭାଗଗୁଡ଼ିକରେ ଉଚ୍ଚ ଫି’ ଦେଇ ପଢ଼ିବାକୁ ବାଧ୍ୟ ହେବେ। ସେଲ୍-ଫାଇନାନ୍ସିଂ ମୋଡ଼ରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରୁ ମେଧାବୀ ଗରିବ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ଉପରୋକ୍ତ ବିଷୟଗୁଡ଼ିକରେ ସେଲ୍ -ଫାଇନାନସିଂ ରେ ପଢ଼ିବାକୁ ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କ ଅପାରଗତାକୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ ଏନେଇ ପ୍ରଥମେ ମୟୁରଭଞ୍ଜ ଜିଲ୍ଲାର ସଚେତନ ନାଗରିକ ଓ ବୁଦ୍ଧିଜୀବୀମାନେ ଜିଲ୍ଲାରେ ଏକ ଐତିହାସିକ ଗଣଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବା ବେଳେ ବର୍ତ୍ତମାନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଉପରୋକ୍ତ ବିଭାଗଗୁଡ଼ିକରେ ଯଥାଶୀଘ୍ର ନିୟମିତ ଅଧ୍ୟାପକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ସେହିପରି ଏହି ବିଭାଗଗୁଡ଼ିକୁ ତୁରନ୍ତ ନିୟମିତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ନିୟମିତ ବିଭାଗଭଳି ସର୍ବନିମ୍ନ ଫି ନେବା ଆଦି ଦାବିରେ ଆଜି ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଶଙ୍କର୍ଷଣ ପଣ୍ଡାଙ୍କ ନେତୃତ୍ବରେ ଛାତ୍ରନେତା ଚିତ୍ତେଶ୍ଵର ବେହେରା, ହିମାଂଶୁ ମହାନ୍ତ, ହିମାଂଶୁ ଶେଖର ତରେଇ, ପ୍ରଦୀପ ବାରିକ, ଲକ୍ଷ୍ମୀକାନ୍ତ ବେହେରା, ସୌମ୍ୟରଞ୍ଜନ ସେଠୀ, ସମୀର କୁମାର ଦାସ, ଦୀପିକା ବିଶ୍ବାଳ, ଅନୁଶ୍ରୀ ବାରିକ, ଶୁଭଶ୍ରୀ ମହାନ୍ତ, ପୂଜା ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୮ରେ ବିଶ୍ବବିଦ୍ୟାଳୟର ୧୦ଟି ବିଭାଗକୁ ନିୟମିତ କରିବାକୁ ମଞ୍ଜୁରି ପ୍ରଦାନ କରିଥିଲେ ମଧ୍ୟ ୨ ବର୍ଷ ବିତିଯାରିଛି। ମାତ୍ର ଏହି ସମସ୍ତ ବିଭାଗରେ ପାଠପଢ଼ା ନିମନ୍ତେ ନିୟମିତ ସରକାରୀ ଶିକ୍ଷକ ନିଯୁକ୍ତି ଦିଆଯାଇ ନାହିଁ । ଫଳରେ ଛାତ୍ରଛାତ୍ରମାନେ ବିତ୍ତୀୟ ବିଭାଗରେ ବର୍ଷକୁ ୪୦| ୫୦ ହଜାର ଟଙ୍କା ଖର୍ଚ୍ଚ କରି ପଢିବାକୁ ବାଧ୍ୟ ହେଉଥିବା ସମୟରେ କେତେକ । ଗରିବ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେଣୁ ଅବିଳମ୍ବେ ନିୟମିତ ବିଭାଗରେ | ପାଠପଢ଼ା ଆରମ୍ଭ କରା ନଗଲେ ନ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।