ନିୟନକୁ ନାହିଁ ଭ୍ରୂକ୍ଷେପ: ବେଆଇନ ଭାବେ ଚାଲିଛି ବାଲି ଉତ୍ତୋଳନ

Spread the love

ବାରିପଦା,ମୋରଡା, ୧୬/୯/୨୦ :- ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ଚାଲିଛି ବାଲି ମାଫିଆଙ୍କ ରାଜ୍ । ବେଧଡ଼କ ଭାବେ ଚାଲିଛି ବାଲି ଉତ୍ତୋଳନ ଓ ବାଲି ଚାଲାଣ ନିୟମକୁ ସାମାନ୍ୟତମ ଭ୍ରୂକ୍ଷେପ ନାହିଁ । ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ବ୍ଳକର ନଦୀ ପିଠରେ ଜେସିବି ମେସିନ ସାହାଯ୍ୟରେ ବେଆଇନ ଭାବେ ଚାଲିଛି ବାଲି ଉତ୍ତୋଳନ । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ କଣ୍ଟ୍ରାଲ ବୋର୍ଡ଼, ସିଆ, ମାଇନିଙ୍ଗ ପ୍ଲାନକୁ ଆଧାର କରି ତହସିଲ ‘ଏବଂ ବାଲି ଲିଜ୍ ଧାରୀ ମଧ୍ୟରେ ଯେଉଁ ଚୁକ୍ତିପତ୍ର ହୋଇଛି, ତାହା ଅନୁଯାୟୀ ବର୍ଷା ଦିନରେ ନଦୀରୁ ବାଲି ଉତ୍ତୋଳନ ହୋଇପାରିବ ନାହିଁ । କିନ୍ତୁ ବେନିୟମ ଭାବରେ ନିୟମକୁ ଖୋଲାଖୋଲି ଉଲ୍ଯ ଘନକରି ଲିଜ୍ ଧାରୀ ପ୍ରଶାସନର ଆଖ୍ ସାମ୍ମାରେ ଏହି ସମୟରେ ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି ବାଲି । ଗୋଟିଏ କି ଦୁଇ ଟ୍ରକ ନୁହେଁ ଦୈନିକ ଶହଶହ ଟ୍ରିପ ବାଲି ଚୋରା ଚାଲାଣ କରି ଲକ୍ଷ ଟଙ୍କାର ରାଜସ୍ବ ହାନି କରୁଛନ୍ତି ବାଲି ମାଫିଆ । ତେବେ କେବଳ ଆଜି ନୁହେଁ ଦୈନିକ ଏମିତି ବାଲି ଉଭୋଳନ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ଗ୍ରାମବାସୀ ମୋରଡା ତହସିଲଦାରଙ୍କୁ ଅଭିଯୋଗସକରିଥିଲେ ଯେ ବେଆଇନ ବାଲି ଉତ୍ତୋଳନ ବିଷୟରେ କିନ୍ତୁ ତହସିଲ ପ୍ରଶାସନ ଆଖି ଖୋଲି ଚୁପ ହୋଇ ବସିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ତେବେ ଏବିଷୟରେ ସ୍ଥାନୀୟ ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ଯୋଗାଯୋଗସ କରିବାରୁ ସେ ତର୍କତାର ସହିତ ନିଜ ମତ ଦେବାରୁ ଏଡ଼ାଇ ଦେଇଥିଲେ ଏବଂ ପରେ ପରେ ମୋରଡା ଥାନା ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେ ତହସିଲଦାରଙ୍କ ସହିତ ବୁଝାସୁଝା କରି ଆମ୍ଭ ପ୍ରତିନିଧୂଙ୍କୁ ମତ ରିବେ ବୋଲି କହିଥିଲେ ମଧ୍ୟ ପରେ ଆଉ ଯୋଗାଯୋଗ କରିନଥିଲେ । ତେବେ ପ୍ରଶାସନ ଏମିତି ନିରବଦ୍ରଷ୍ଟା ସାଜିବାଟା ବାଲି ମାଫିଆ ଓ ପ୍ରଶାସନ ମଧ୍ୟରେ ସଲାସୁତୁରା ହୋଇଛି ନା ପ୍ରଶାସନ କାହା ଚାପରେ ନିରବ ଦ୍ରଷ୍ଟା ସାଜି ବେଆଇନ ବାଲି ଚାଲାଣ ହେଉଛିଷବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଶଶଧର ବେହେରା, ଶୁଭ କୁମାର ମହାନ୍ତ, ସଂଜୀବ ସେଠୀ, ତାପସ କୁମାର ସିଂ, ସୁଶୀଲ ବାରିକ, କାତିକ ସିଂ ପ୍ରମୁଖ ଗ୍ରାମବାସୀ ଏହି ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment