ଗଞ୍ଜାମ, ୨୨/୧୦/୨୦୨୧ (ସନ୍ଧାନ ନିଉଜ) : ନିଶା ବେପାରୀଙ୍କ କୁବେର ଭଣ୍ଡାର । ବେଆଇନ୍ ନିଶା କାରବାରରେ ସମ୍ପୃକ୍ତ ଥିବା ଜଣେ ବ୍ୟବସାୟୀଙ୍କ ଘରେ ଆଜି ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢାଉ ସମୟରେ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା ସହିତ ବିଭିନ୍ନ ନିଶା ଦ୍ରବ୍ୟ ଜବତ୍ କରାଯାଇଛି । ସୂଚନା ଅନୂସାରେ ଗଞ୍ଜାମ ଜିଲ୍ଲା କଲ୍ଲିକୋଟ ଅନ୍ତଗର୍ତ କଜାପଲ୍ଲୀ ଥାନା ଅଞ୍ଚଳରେ ଜଣେ ନିଶା ବ୍ୟବସାୟୀଙ୍କ ଘରେ କଜାପଲ୍ଲୀ ପୋଲିସ୍ ଓ ଅବକାରୀ ବିଭାଗ ଚଢାଉ କରିଥିଲେ । ତେବେ ଦୀର୍ଘ ଦିନରୁ ବେଆଇନ୍ ନିଶା କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତି ଜଣଙ୍କ ନାମରେ ବାରମ୍ବାର ଅଭିଯୋଗ ଆସିବା ପରେ ପୋଲିସ୍ ପକ୍ଷରୁ ରେଡ୍ କରାଯାଇଥିଲା । ଚଢାଉ ସମୟରେ ବ୍ୟକ୍ତିଙ୍କ ଘରୁ ୭୫ ଲକ୍ଷ ଟଙ୍କା ଓ ପ୍ରାୟ ୮କେଜିରୁ ଉର୍ଦ୍ଧ୍ୱ ସୁନା ଗହଣା ଜବତ୍ କରାଯାଇଥିବା ସୂଚନା ମିଳିଛି । ଏହା ସହିତ ବହୁ ପରିମାଣର ନିଶା ଦ୍ରବ୍ୟ ମଧ୍ୟ ରେଡ୍ ସମୟରେ ପୋଲିସ୍ ଦ୍ୱାରା ଜବତ୍ କାଯାଇଛି । ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ୍ କରାଯାଇଥିବା ଜଣାପଡିଛି । ଏହାପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ପୋଲିସ୍ ଗିରଫ କରିଛି ।
ନିଶା ବେପାରୀଙ୍କ କୁବେର ଭଣ୍ଡାର, ଚଢାଉ ବେଳେ ୭୫ ଲକ୍ଷ ଟଙ୍କା ଓ ୮କେଜି ସୁନା ଜବତ୍
|
October 23, 2021 |