ନିଶା ଡୋରିରେ ବନ୍ଧା ଶୈଶବ!

Spread the love

ରାଉରକେଲା,  ୧୬/୧୦ (ସନ୍ଧାନ ନିଉଜ) : କଥାରେ ଅଛି ଆଜିର ଶିଶୁ କାଲିର ଆସନ୍ତାକାଲିର ଭବିଷ୍ୟତ । ମାତ୍ର ପାରିବାରିକ ଅବହେଳା କି, ଅନ୍ୟ କିଛି କାରଣ ବଶତଃ ନିଶାର ଚକ୍ରବ୍ୟୁରେ କବଳିତ ହେଉଛନ୍ତି କୋମଳମତି ଶିଶୁ । ନିଶାର ବଶବର୍ତୀ ହୋଇ ଏଣେ ତେଣେ ଘୁରି ବୁଲିବା ସହ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ଜାଣତ ଅବା ଅଜାଣତରେ କରି ନିଜ ସୁନେଲି ଭବିଷ୍ୟତକୁ ଜଳାଜଂଳି ଦେବାକୁ ପଛଘୁଂଚା ଦେଉନାହାନ୍ତି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଶିଶୁ ମାନଙ୍କୁ ବସଷ୍ଟପ, ହାଟ, ବଜାରରେ ଘୁରି ବୁଲିବା ଦେଖିବାକୁ ମିଳୁଛି । ଡ୍ରଗ୍ସ ଓ ଅନ୍ୟ ନିଶାରେ ଚୁର ହୋଇ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣଙ୍କ ହାତଗୋଡ଼ ଧରି ଭିକ୍ଷା ବୃତି କରୁଛନ୍ତି ଏପରି ଶିଶୁ ମାନେ ।

ରାସ୍ତା ଅତିକ୍ରମ କରିବା ସମୟରେ ଏମାନଙ୍କ ଜୀବନ ମଧ୍ୟ ମରଣ ଆଗରେ ବାଜି ଲାଗୁଛି । ସମୟ ସମୟରେ ଚାଇଲ୍ଡ ଲାଇନ ପକ୍ଷରୁ ଏଭଳି ଶିଶୁ ମାନଙ୍କୁ ଚିହ୍ନଟ କରି ନିଶାମୁକ୍ତ କରିବା ପ୍ରାୟ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ସ୍ଥିତି ଯଥା ପୂର୍ବଂ ତଥା ପର ରହିଛି । ଦକ୍ଷିଣ ରାଉରକେଲାରେ ଥିବା କିଛି ବସ୍ତି ଅଂଚଳରେ କୋମଳମତି ନାବାଳକ ମାନେ ନିଶାର ଚକ୍ରବ୍ୟୁହରେ ପଡି ଅଧାରୁ ପାଠ ମଧ୍ୟ ଛାଡ଼ି ସାରିଥିବା ଜଣାପଡ଼ିଛି । ଉପଯୁକ୍ତ ଜନସଚେତନତା ଅଭାବରୁ ପ୍ରାୟତଃ ବସ୍ତି ଅଂଚଳରେ ନାବାଳକ ମାନେ ନିଶା ପ୍ରତି ଢଳୁଥିବା ଦେଖିବାକୁ ମିଳୁଛି । ଅପରପକ୍ଷରେ ବସ୍ତି ଅଂଚଳରେ ମହୁଲି ମଦ, ପାଉଚ ମଦ କାରବାର ଶିଶୁ ମାନଙ୍କ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ କୁପ୍ରଭାବ ପକାଉଛି । ଏଭଳି ନାବାଳକ(୧୨ରୁ ୧୩ ବର୍ଷ) ମାନଙ୍କୁ  ଅର୍ଥ ଲୋଭରେ ପ୍ରଭାବିତ କରି ଛୋଟମୋଟ ଚୋରି କାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯାଉଛି । ଗତ କିଛି ବର୍ଷ ପୂର୍ବେ ସ୍ଥାନୀୟ ପୁଲିସ ଏକ ନାବଳକ ଚୋର ଦଳକୁ ଠାବ କରିଥିବା ନଜିର ରହିଛି ।  ଏପରି ସ୍ଥଳେ ପ୍ରଶାସନ ପକ୍ଷରୁ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଇ ଶିଶୁ ମାନଙ୍କୁ  ନିଶା କବଳରୁ ଉଦ୍ଧାର କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Related Posts

About The Author

Add Comment