ନିର୍ମାଣ ସଂସ୍ଥାରୁ ୧୦୦ କେଜି ସୁନା, ୧୬୦ କୋଟି ଟଙ୍କା ଜବତ

Spread the love

ଚେନ୍ନାଇ ୧୭/୭(ସନ୍ଧାନ ନିୟୁଜ): ମେସର୍ସ ଏସ୍‍ପିକେ ଆଣ୍ଡ କମ୍ପାନୀ ନାମକ ଏକ ନିର୍ମାଣ ସଂସ୍ଥାରୁ ଆୟକର ବିଭାଗର ଅଧିକାରୀମାନେ ୧୦୦ କେଜି ସୁନା ଓ ନଗଦ ୧୬୦ କୋଟି ଟଙ୍କା ଜବତ କରିଛନ୍ତି। ଚଢ଼ଉ ବେଳେ ଏତେ ପରିମାଣର ସମ୍ପତ୍ତି ଜବତ ହେବା ଦେଶରେ ପ୍ରଥମ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ୨୦୧୬ ନଭେମ୍ବର ମାସରେ ବିମୁଦ୍ରାକରଣ ଘୋଷଣା ପରେ ଚେନ୍ନାଇରୁ ସର୍ବାଧିକ ୧୧୦ କୋଟି ଟଙ୍କା ଜବତ କରାଯାଇଥିଲା। ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ୨୨ଟି କୋଠାରୁ ଉପରୋକ୍ତ ସମ୍ପତ୍ତି ଜବତ କରାଯାଇଛି। ବଡ଼ ବଡ଼ ଟ୍ରାଭେଲ୍‍ ବ୍ୟାଗ୍‍ ଭିତରେ ଟଙ୍କା ରଖାଯାଇଥିବା ବେଳେ କାରରେ ସୁନା ବିସ୍କୁଟ୍‍ ରଖାଯାଇଥିଲା। ଚଢ଼ଉ ଜାରି ରହିଥିବାରୁ ଟଙ୍କା ଓ ସୁନା ପରିମାଣ ବଢ଼ିପାରେ ବୋଲି କୁହାଯାଉଛି।

Related Posts

About The Author

Add Comment