କପ୍ତିପଦା, ୦୧.୦୨.୨୦୨୧ (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- କପ୍ତିପଦା ଠାରୁ କାଳଡାମକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଟି ନିର୍ମାଣ ପରେ ବି ଶୋଚନୀୟ ଅବସ୍ଥାରେ । ଉକ୍ତ ରାସ୍ତାଟି ବିଭାଗ ପକ୍ଷରୁ ମରାମତି କରାଯାଇଥିଲା । ତେବେ ମରାମତି ପରେ ମଧ୍ୟ ରାସ୍ତାଟିର ଅବସ୍ଥା ସୁଧୁରିବାର ନାଁ ଧରୁ ନାହିଁ । ଏହି ରାସ୍ତାଦେଇ ଯାତ୍ରୀବାହି ବସ୍ ଏବଂ ଶତାଧୁକ ଦୁଇ ଚକିଆ ଚାରି ଚକିଆ ଯାନ ଚଳାଚଳ କରିଥାଏ । ଏଥିସହିତ ଏହି ରାସ୍ତାଦେଇ ବିଶ୍ୱ ପ୍ରସିଦ୍ଧ ପୌରାଣିକ କ୍ଷେତ୍ର ଶମୀକ୍ଷ ପୀଠ, କାଳଡୋମ ଓ ମାଛକାନ୍ଦଣା ଜଳପ୍ରପାତ ଭଳି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକମାନେ ଆସି ଥାଆନ୍ତି । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାରେ ପଥର ବୋଝେଇ ଡମ୍ପର ଓ ଦଶଚକି ଆ ବାର ଚକିଆ ଟ୍ରକ ପରି ଭାରୀଯାନ ଚଳାଚଳ କରି ବା ହେତୁ ରାସ୍ତାଟି ଖୁବ୍ ଶୀଘ୍ର ନଷ୍ଟ ହୋଇଯାଉଛି । ଯାହାଫଳରେ କି ଲୋକମାନଙ୍କର ଯାତାୟାତରେ ଘୋ ଅସୁବିଧା ସୃଷ୍ଟି ହେଉଛି । ଏଣୁ ଏହି ରାସ୍ତାଟି କୁ ସଠିକ ମରାମତି କରି ଲୋକମାନଙ୍କର ଯାତାୟାତ ପାଇଁ ଉପଯୁକ୍ତ କରାଗଲେ ଲୋକମାନଙ୍କର ଯାତାୟତର ସମସ୍ୟା ଦୂରଲ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।
ନିର୍ମାଣ ପରେ ବି ଶୋଚନୀୟ ଅବସ୍ଥାରେ ରାସ୍ତା
|
February 1, 2021 |