ମାହାଙ୍ଗା, ୦୧/୧୦/୨୦ (ସନ୍ଧାନ ନିଉଜ) : ଦୂର ଦିଗବଳୟରୁ ଭାସି ଆସୁଥିବା ଅସୁମାରି ସ୍ୱପ୍ନର ଆଶାରେ କୁନି ଝିଅ ନିର୍ମଳା ।।ଚିକ୍ ମିକ୍ ହୋଇ ଝଲସୁ ଥିବା ଆଗାମୀ ଭବିଷ୍ୟତକୁ ନେଇ ଦୋଛକିରେ କୁନି ଝିଅର ନୃତ୍ୟ କଳା ।। ଆମେ କହୁଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାସୁଦେବପୁର ପଞ୍ଚାୟତର କୋଉଡୁକୋଲ ଗ୍ରାମର ନିର୍ମଳା ସାହୁଙ୍କ କଥା ।।ଯାହାଙ୍କ ବୟସ ନଅ ବର୍ଷ ଓ ସେ ପଞ୍ଚମ ଶ୍ରେଣୀର ଛାତ୍ରୀ ଅଟନ୍ତି ।।ସେ ଜଣେ ମେଧାବୀ ଛାତ୍ରୀ ହେବା ସହିତ ନୃତ୍ୟ ପ୍ରତି ଆଗ୍ରହ ରଖନ୍ତି ।।ସବୁଠାରୁ ବଡ଼ କଥା ହେଲା ନିର୍ମଳାର ପରିବାର ଆର୍ଥିକ ଅନାଟନ ଯୋଗୁ ପିଲାଟିକୁ ନାଚ ପ୍ରଶିକ୍ଷଣ ଯୋଗାଇ ଦେବା ପାଇଁ ଅସମର୍ଥ ।। ମାତ୍ର ନିର୍ମଳାର ନାଚ ନିଶାକୁ ଅଟକାଇ ପାରିଲାନି ଅନାଟନ ।।ସେ ବାଧ୍ୟ ହୋଇ ୟ୍ୟୁଟୁବ୍ ଓ ଟିଭିରୁ ଶିଖି ନାଚ ଶିଖିଲେ ଆଉ ଏବେ ତାଙ୍କ ନାଚ ଦେଖିଲେ ଆପଣବି ଦଣ୍ଡେ ଅଟକି ଯିବେ ।।ଆଗାମୀ ଦିନରେ ଏହି ଭଳି ଗାଁ ଗହଳିରେ ଥିବା ଲୁକ୍କାୟିତ କଳାକୁ ପ୍ରୋତ୍ସାହନ କଲେ ସେମାନେ ନିଶ୍ଚୟ ଦିନେ ଦେଶ ତଥା ରାଜ୍ୟର ନାଁ ରଖିବେ ।।ଯଦି ସରକାରୀ ଓ ବେସରକାରୀ ସ୍ତରରେ ନିର୍ମଳାକୁ ସାହାଯ୍ୟ ମିଳନ୍ତା ତେବେ ତାର ଭବିଷ୍ୟତ ଉଜଳମୟ ହୁଅନ୍ତା ।।
ରିପୋର୍ଟ -ବିମଳ ବେହେରା