ନିର୍ଭୟା ମାମଲା : ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Spread the love
ନୂଆଦିଲ୍ଲୀ, ୨/୨/୨୦ (ସନ୍ଧାନ ନିଉଜ)  : ନିର୍ଭୟା ମାମଲାର ୪ ଦୋଷୀଙ୍କ ଫାଶୀ ଦଣ୍ଡ ବିଧାନ ତାରିଖ ସ୍ଥଗିତ ବିରୋଧରେ କେନ୍ଦ୍ର ସାକାର କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। କିନ୍ତୁ କୋର୍ଟ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ ଆଜି ସଲିସିଟର ତୁଷାର ମେହେଟା ମାମଲା ଲଢ଼ୁଥିଲେ। ସେ ଯୁକ୍ତି ଦର୍ଶାଇଥିଲେ ଯେ, ୪ ଜଣ ଦୋଷୀ ଦଣ୍ଡବିଧାନରେ ବିଳମ୍ବ କରାଇବାକୁ ଲଗାତାର ପ୍ରୟାସ କରିଆସୁଛନ୍ତି। ଦୋଷୀ ପୱନ ଗୁପ୍ତା ଏଯାଏ କ୍ୟୁରେଟିଭ୍‌ ଆବେଦନ ଓ କ୍ଷମା ଆବେଦନ ନ କରିବା ଏକ ଜାଣିଶୁଣି କରାଯାଉଥିବା ପ୍ରୟାସ। କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର କିଛି କରୁନାହାନ୍ତି ବୋଲି କହିବା ଭୁଲ ହେବ।

Related Posts

About The Author

Add Comment