ନିର୍ଭୟା କେସ୍ : ଦୋଷୀ ଅକ୍ଷୟର କ୍ୟୁରେଟିବ ପିଟିସନ୍ ସୁପ୍ରୀମ କୋର୍ଟରେ ଖାରଜ

Spread the love

ନୂଆଦିଲ୍ଲୀ, ୩୦/୧/୨୦ (ସନ୍ଧାନ ନିଉଜ) : ୨୦୧୨ ରେ ହୋଇଥିବା ନିର୍ଭୟା ଗଣଦୁଷ୍କମ ଏବଂ ହତ୍ୟା ମାମଲାରେ ଆଉ ଏକ ଦୋଷୀର କ୍ୟୁରେଟିଭ୍ ପିଟିସନ ଉପରେ ରାୟ ଆସିଛି। କୋର୍ଟ ଗୁରୁବାରଦିନ ଚାରି ଦୋଷିମାନଙ୍କ ମଧ୍ୟରୁ ଜଣେ ଅକ୍ଷୟର ଯାଚିକାକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି। ଅବଶ୍ୟ ତା’ ପାଖରେ ଆଉ ଗୋଟିଏ ବିକଳ୍ପ ରାଷ୍ଟ୍ରପତିଙ୍କ ସାମନାରେ ରାଜକ୍ଷମା ଆବେଦନ କରିବା ବିକଳ୍ପ ବାକି ଅଛି।

କୁହାଯାଇପାରେଯେ, ଏହା ପୂର୍ବରୁ ଦୁଇଜଣ ଦୋଷୀ ମୁକେଶ ଏବଂ ବିନୟର କ୍ୟୁରେଟିଭ୍ ପିଟିସନ ସୁପ୍ରୀମ କୋର୍ଟ ଖାରଜ କରିସାରିଛନ୍ତି।

ଏପର୍ଯ୍ୟନ୍ତ କେବଳ ଜଣେ ଦୋଷୀର ପାଶୀ ଦଣ୍ଡ କନ୍ଫର୍ମ

ଏପର୍ଯ୍ୟନ୍ତ କେବଳ ମୁକେଶ ହିଁ ଜଣେ ଦୋଷୀ ଯାହାର ସମସ୍ତ ଆଇନ୍ ବିକଳ୍ପ ସମାପ୍ତ ହୋଇଯାଇଛି। ତା’ର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ୧୭ ଜାନୁଆରୀରେ ଖାରଜ କରିଦେଇଥିଲେ ଏବଂ ରାଷ୍ଟ୍ରପତିଙ୍କର ଏହି ନିଷ୍ପତି ବିରୁଦ୍ଧରେ ସୁପ୍ରୀମ କୋର୍ଟ ବୁଧବାରଦିନ ତା’ର ଅପିଲକୁ ମଧ୍ୟ ଖାରଜ କରିଦେଇଥିଲେ।

ନୂଆ ଦୟା ଯାଚିକା ରାଷ୍ଟ୍ରପତିଙ୍କର ପାଖରେ: ବିନୟ ନାମକ ଦୋଷୀ ତରଫରୁ ରାଷ୍ଟ୍ରପତି ଭବନରେ ରାଜକ୍ଷମା ଆବେଦନ କରାଯାଇଛି।

Related Posts

About The Author

Add Comment