ନିର୍ଭୟା କାଣ୍ଡକୁ ପୂରିଲା ୭ ବର୍ଷ: ଯାହା ପାଇଁ ବଦଳିଲା ନିୟମ, ତାକୁ ମିଳିନି ନ୍ୟାୟ

Spread the love

ନୂଆଦିଲ୍ଲୀ, ୧୬/୧୨ (ସନ୍ଧାନ ନିଉଜ) : ଆଜିକୁ ଠିକ୍ ୭ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ନିର୍ଭୟା କାଣ୍ଡ ଘଟିଥିଲା। ଏହାକୁ ନେଇ ସାରା ଦେଶରେ ହଇଚୟୀ ସୃଷ୍ଟି ହୋଇଥିଲା। ପୀଡିତାଙ୍କ ନ୍ୟାୟ ଦାବିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ। ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଦୁଷ୍କର୍ମକାରୀଙ୍କୁ ଦଣ୍ଡା ପାଇଁ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ବଦଳିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଛଅ ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଜେଲ ମଧ୍ୟରେ ଆତ୍ମହତ୍ୟା କରିସାରିଛି। ଅନ୍ୟ ଚାରି ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମକାରୀ ଏହାକୁ ଚାଲେଞ୍ଚ କରି ସୁପ୍ରିମକୋର୍ଟରେ ଆବେଦନ କରିଛି। ତେବେ ଏହି ଘଟଣାକୁ ୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନାହିଁ ବୋଲି ପୀଡିତାଙ୍କ ପରିବାର ଲୋକ କ୍ଷୋଭ ଭରା କଣ୍ଠରେ କହିଛନ୍ତି।

ଏହି ଘଟଣା ପରେ ଏଭଳି ଆହୁରି ଅନେକ ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଛି। ଅନେକ ପୀଡିତା ନ୍ୟାୟ ପାଇବା ଲଢେଇରେ ଜୀବନ ହାରିଛନ୍ତି। କେତେକ ପୀଡିତାଙ୍କୁ ନିଆଁରେ ଜାଳି ହତ୍ୟା କରାଯାଇଥିବା ବେଳେ ଅନ୍ୟ କେତେକ ପୀଡିତାଙ୍କୁ ଷଡଯନ୍ତ୍ର କରି ହତ୍ୟା ଉଦ୍ୟମ କରାଯାଇଛି। ତେବେ ଏସବୁ ମଧ୍ୟରେ ଦେଶବାସୀଙ୍କ ମନରେ ବିଦ୍ରୋହର ବହ୍ନି ଜଳିବା ଭଳି କ୍ଷୋଭର ଜ୍ବଳା ସୃଷ୍ଟି ହୋଇଛି। ଦେଶର ପ୍ରତ୍ୟେକ ଲୋକ ନାରୀନିର୍ଯାତନା​‌ରେ ବିରୋଧରେ ମୁହଁ ଖୋଲିବା ସହ ଦୁଷ୍କର୍ମକାରୀଙ୍କୁ ଫାଶି ଦେବା ଦେବା ପାଇଁ ଦାବି ଉଠିଛି। ତେବେ ଆମ ନ୍ୟାୟିକ ବ୍ୟବସ୍ଥା କେତେ ଜଣ ଦୁଷ୍କର୍ମକାରୀଙ୍କୁ ଫାଶି ଖୁଣ୍ଟରେ ଝୁଲାଇବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି।

Related Posts

About The Author

Add Comment