ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ 

Spread the love

  ନୂଆଦିଲ୍ଲୀ, ୧୯/୦୩ (ସନ୍ଧାନ ନିୟୁଜ):ଆଜି ଭୋର ଠିକ୍ ସାଢ଼େ ୫ଟା ବେଳେ ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍‌ର ଫାଶୀ ଦିଆଯାଇଥିଲା। ତା’ପୂର୍ବରୁ ଭୋର ୪ଟାରୁ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଫାଶୀର ଘଣ୍ଟାଏ ପୂର୍ବରୁ ଦୋଷୀମାନଙ୍କୁ ଉଠାଯାଇଥିଲା ଓ ଗାଧୋଇବାକୁ କୁହାଯାଇଥିଲା। ତା’ସହିତ ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ତେବେ ସେମାନେ ପ୍ରାର୍ଥନା କରିବାକୁ ମନା କରି ଦେଇଥିବା ସୂଚନା ମିଳିଥିଲା। ଏସବୁ ପ୍ରକ୍ରିୟା ଶେଷ ହେବା ପରେ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଥିଲା। କଡ଼ା ସୁରକ୍ଷା ମଧ୍ୟ ସେମାନଙ୍କୁ ଫାଶୀ ଗୃହକୁ ନିଆଯାଇଥିଲା। ମାଜିଷ୍ଟ୍ରେଟ୍ ଓ ଜେଲ୍ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯାଇଥିଲା। ତା’ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଆଉ ଠିକ୍ ସାଢ଼େ ୫ଟାରେ ସେମାନଙ୍କୁ ଦିଆଯାଇଥିଲା ଫାଶୀ। ତିହାର ଜେଲ୍‌ରେ ପ୍ରଥମ ଥର ପାଇଁ ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଥିଲା। ଅକ୍ଷୟ, ପୱନ, ବିନୟ ଓ ମୁକେଶ ନିୟମ ଅନୁଯାୟୀ ଅଧା ଘଣ୍ଟା ଧରି ଫାଶୀ ଖୁଣ୍ଟରେ ଝୁଲି ରହିଥିଲେ। ତା’ପରେ ଡାକ୍ତର ସେମାନଙ୍କୁ ଯାଞ୍ଚ କରିଥିଲେ ଓ ମୃତ ଘୋଷଣା କରିଥିଲେ। ଏହା ସହିତ ୭ ବର୍ଷ ଧରି ଚାଲିଥିବା ‘ନିର୍ଭୟା’ ମାମଲାରେ ଯବନିକା ପଡ଼ିଥିଲା।

Related Posts

About The Author

Add Comment