ନିର୍ବାଚନ ସମୟରେ ମତଦାନରେ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୩୦ ଲକ୍ଷ ଟଙ୍କା କ୍ଷତିପୁରଣ

Spread the love
ଭୁବନେଶ୍ୱର , ୧୮/୦୧/୨୦୧୨ (ସନ୍ଧାନ ନିଉଜ) ନିର୍ବାଚନ ସମୟରେ ମତଦାନରେ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏ ନେଇ ନିର୍ବାଚନରେ କର୍ମଚାରୀଙ୍କ ପାଇଁ ପୂର୍ବ କ୍ଷତିପୂରଣ ସଂଶୋଧିତ କରିଛନ୍ତି ନିର୍ବାଚନ ଆୟୋଗ।

ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶାବଳି ଅନୁଯାୟୀ ହିଂସା, ବୋମା ବିସ୍ଫୋରଣ ଇତ୍ୟାଦିରେ ସାମାଜିକ ବିରୋଧୀ କାର୍ଯ୍ୟକଳାପ ହେତୁ ମୃତ୍ୟୁବରଣ କରୁଥିବା ମତଦାନ କର୍ମଚାରୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରାଯିବ। ତେବେ କାର୍ଯ୍ୟରେ ନିୟୋଜିତ ସମୟରେ ଅନ୍ୟ କୌଣସି କାରଣରୁ ମୃତ୍ୟୁ ବରଣ କଲେ ୧୫ ଲକ୍ଷ କ୍ଷତିପୁରଣ ମିଳିବ। ହିଂସାରେ ଆଖି ନଷ୍ଟ ହେଲେ ମଧ୍ୟ ୧୫ ଲକ୍ଷର କ୍ଷତି ପୁରଣ ମିଳିବ।

ସେହିଭଳି ନିର୍ବାଚନ ସମୟରେ ନିୟୋଜିତ ହୋଇଥିବା ସମୟରେ ଦୁର୍ଘଟଣାରେ ଆଖି, ଅଙ୍ଗହାନୀ ହେଲେ ୭.୫ ଲକ୍ଷ ଟଙ୍କାର କ୍ଷତି ପୁରଣ ମିଳିବ ବୋଲି ନିଷ୍ପତି ହୋଇଛି। ନିୟୋଜିତ ସମୟରେ ଗୁରୁତ୍ତର ଆହାତ ହେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମଧ୍ୟ ମିଳିବ। ତେବେ ସବୁଠୁ ଗୁରୁତ୍ତ୍ୱପୁର୍ଣ୍ଣ ହେଉଛି ବର୍ତ୍ତମାନ କରୋନାର ତୃତୀୟ ଲହର ତାଳ ସହ ତାଳ ଦେଇ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆଗେଇ ଚାଲିଛି। ଏହି ସମସ୍ତ ପ୍ରକାର ସୁବିଧା ନିର୍ବାଚନରେ ନିୟୋଜିତ ସରକାରୀ ଏବଂ ପ୍ରାଇଭେଟ୍ ଗାଡି ଡ୍ରାଇଭର ଏବଂ ହେଲ୍‌ପର ମଧ୍ୟ ପାଇବେ।

ଗତକାଲିଠାରୁ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇଛି, ୨୫ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ଫେବୃଆରୀ ୨୪ ରେ ସକାଳ ୭ ରୁ ୧ ଟା ମଧ୍ୟରେ ୮୫୩ ଟି ଜିଲ୍ଲା ପରିଷଦ ଆସନ, ୯୧,୯୧୬ ୱାର୍ଡ ଏବଂ ୬,୭୯୪ ଗ୍ରାମ ପଞ୍ଚାୟତ ପାଇଁ ଭୋଟ୍ ଗ୍ରହଣ କରାଯିବ। ଫେବୃଆରୀ ୨୬, ୨୭ ଏବଂ ୨୮ ରେ ଭୋଟ୍ ଗଣନା, ଯାହା ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେବ।

Related Posts

About The Author

Add Comment