ନିର୍ବାଚନ ପାଇଁ ଚଳ ଚଂଚଳ ଜିଲ୍ଲା ପ୍ରଶାସନ: ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଧର୍ମଶାଳା ଓ ବଡଚଣା ନିର୍ବାଚନ ମଣ୍ଡଳୀ ପରିଦର୍ଶନ

Spread the love

ଯାଜପୁର ୧୩ /୩ (ସନ୍ଧାନ ନିୟୁଜ) ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ବୁଧବାର ପୂର୍ବାହ୍ନରେ ଧର୍ମଶାଳା ଓ ବଡଚଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ ପରିଦର୍ଶନ କରିଚ୍ଥନ୍ତି ।

ପ୍ରଥମେ ଜିଲ୍ଲାପାଳ ଧର୍ମଶାଳା ବ୍ଲକରେ ପହଞ୍ଚିବା ପରେ ବି.ଡି.ଓ., ତହସିଲଦାର ଓ ଅନ୍ୟାନ୍ୟ ଲାଇନ ଡିପାର୍ଟମୋଣ୍ଟର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସରକାରୀ ସ୍ଥାନରେ ଲାଗିଥିବା ସମସ୍ତ ହୋଡିଂ, ପୋଷ୍ଟର, ବ୍ୟାନରକୁ ଯଥାଶିଘ୍ର ଅପସାରଣ ପାଇଁ ଜିଲ୍ଲାପାଳ ଶ୍ରୀ ଦାସ କଡା ନିର୍ଦେଶ ଦେଇଚ୍ଥନ୍ତି । ଏପରିକି କୈାଣସି ବିଭାଗର ସ୍ଥାନରେ ଯଦି କୈାଣସି ପୋଷ୍ଟର, ବ୍ୟାନର ଇତ୍ୟାଦି ରାଜନୈତିକ ଦଳ ବା ବ୍ୟକ୍ତି ମାନଙ୍କର ଲାଗିଥାଏ ତେବେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି । ଧର୍ମଶାଳାର ବିଭିନ୍ନ ବିଦୁ୍ତ୍ ଖୁଣ୍ଟରେ କେତେକ ରାଜନୈତିକ ବ୍ୟକ୍ତି ବିଶେଷ ଓ ଦଳର ବ୍ୟାନର, କଟ୍ଆଊଟ ଇତ୍ୟାଦି ଲାଗିଥିବାରୁ ଜିଲ୍ଲାପାଳ ଓ ଏସ୍.ପି. ଙ୍କ ଊପସ୍ଥିତିରେ ଏ ଗୁଡିକୁ ବିଭାଗୀୟ କର୍ତ୍ତୃପକ୍ଷ ଅପସାରଣ କରିଥିଲେ । ଅନ୍ୟ ସମସ୍ତ ସରକାରୀ ସ୍ଥାନ, ରାସ୍ତା ପାଶ୍ୱର୍ ଗଚ୍ଥ, ବିଦୁ୍ୟତ ଖୁମ୍ୱ ଇତ୍ୟାଦିରୁ ତୁରନ୍ତ ବ୍ୟାନର ଇତ୍ୟାଦିକୁ କାଢିନେବା ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ଓ ନିଜ ଊପସ୍ଥିତିରେ ଅନେକ ସ୍ଥାନରୁ ସେଗୁଡିକ ଅପସାରଣ କରିଥିଲେ ।

ପରେ ଜିଲ୍ଲାପାଳ ଓ ଏସ୍.ପି. ଧର୍ମଶାଳା ଓ ବଡଚଣା ବ୍ଳ୍କର ବିଭିନ୍ନ ସ୍କୁଲ ଯେଊଁ ଗୁଡିକ କି, ମତଦାନ କେନ୍ଦ୍ର ଭାବେ ବ୍ୟବହୃତ ହେବ ତାହାକୁ ପରିଦର୍ଶନ କରିଥିଲେ । ର୍ୟାମ୍ପ, ବିଦୁ୍ୟତ୍, ପାନୀୟ ଜଳ ଓ ଶୈାଚାଳୟ ଗୁଡିକୁ ଅନୁଧ୍ୟାନ କରିବା ସହ କେତେକ ସ୍ଥାନରେ ଚ୍ଥୋଟ ଚ୍ଥୋଟ ମରାମତି ପାଇଁ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏହି ଗସ୍ତ ସମୟରେ ଧର୍ମଶାଳା ଓ ବଡଚଣା ବି.ଡି.ଓ., ତହସିଲଦାର, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ, ଧର୍ମଶାଳା ଓ ବଡଚଣା ଥାନା ଅଧିକାରୀ ପ୍ରମୁଖ ଊପସ୍ଥିତ ଥିଲେ ।

ଅପରାହ୍ନ ୩ ଘଟିକା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଆୟୁକ୍ତଙ୍କ ଭିଡିଓ କନ୍ପଂରେନ୍ସରେ ଯୋଗ ଦେଇଥିଲେ । ନିର୍ବାଚନ ଘୋଷଣ ହୋଇ ସାରିଥିବାରୁ ଆଦର୍ଶ ଆଚରଣ ବିଧି ପାଳନ, ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ସଂପର୍କରେ ବିଭିନ୍ନ ପରାମର୍ଶ, ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା ଇତ୍ୟାଦି ସମ୍ୱନ୍ଧରେ ଆୟୁକ୍ତ ଜିଲ୍ଲାପାଳ ମାନଙ୍କୁ ବିବିଧ ମାର୍ଗ ଦର୍ଶନ କରାଇଥିଲେ । ବିଶେଷ କରି ନିର୍ବାଚନରେ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ କମିଶନ ବିସ୍ତୃତ ପରାମର୍ଶ ପ୍ରଦାନ କରିଥିଲେ । ଏହି ଭିଡିଓ କନ୍ପଂରେନ୍ସରେ ଜିଲ୍ଲାପାଳଙ୍କ ସହ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଊପ-ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ପ୍ରଜ୍ଞା ହୋତ, ବ୍ୟାସ ନଗର ପୈାର ନିର୍ବାହୀ ଅଧିକାରୀ ସପନ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

Report- Santosh Rout

Share and Subscribe 

Related Posts

About The Author

Add Comment