ନିର୍ବାଚନ ନାମାଙ୍କନ ଦାଖଲରେ ମିଥ୍ୟା ସତ୍ୟପାଠ ମାମଲା କୁଳିଅଣା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସଭ୍ୟପଦ ରଦ୍ଦ

Spread the love

ବାରିପଦା ୧୨/୦୮/୨୦୨୦ (ସନ୍ଧାନ ନିଉଜ) -ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ମିଥ୍ୟା ସତ୍ୟପାଠ ନେଇ ଏକ ନିର୍ବାଚନୀ ମାମଲାର ବିଚାର ହୋଇ  ରାୟ ପ୍ରକାଶ ପାଇଛି । ନିର୍ବାଚନ ସମୟରେ ନାମାଙ୍କନ ଦାଖଲରେ ମିଥ୍ୟା ସତ୍ୟପାଠ କରି ଆଇନ୍ ଭଙ୍ଗ କରିଥିବାରୁ କୁଳିଅଣା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସଭ୍ୟ ପଦ ରଦ୍ଦ ପାଇଁ ମାନ୍ୟବର ଜିଲ୍ଲା ଓ ଦୌରାଜଜ, ମୟୁରଭଞ୍ଜ ସ୍ମୃତିରଞ୍ଜନ ବହିଦାର ଆଦେଶ ଦେଇଛନ୍ତି । ମାନ୍ୟବର କୋର୍ଟଙ୍କ ଆଦେଶ ମୁତାବକ କୁଳିଅଣା ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାଏକଙ୍କ ସଭ୍ୟପଦ ଅଗଷ୍ଟ ୧୦ତାରିଖଠାରୁ ରବ୍ଦ ହୋଇଥିବା ନେଇ ରାୟ ପ୍ରକାଶ ପାଇଛି ।

         ମାନ୍ୟବର କୋର୍ଟଙ୍କ ରାୟ ମୁତାବକ ଧାରା ୪୫(୧) (ଏଫ) ଏବଂ (ଏଚ) ଅନୁଯାୟୀ କୃଷ୍ଣ ଚନ୍ଦ୍ର ଙ୍କ ସଭ୍ୟ ପଦ ରଦ୍ଦ ହୋଇଛି । ମିଥ୍ୟା ସତ୍ୟପାଠ ମାମଲାରେ କୃଷ୍ଣଚନ୍ଦ୍ର ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଧାରା ୧୭୬/୧୭୭/୪୨୦ ଆଇପିସି ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯାଇଛି । ଏଥି ସହିତ ମାନ୍ୟବର କୋର୍ଟ ୧୨୫(ଏ) ଜନ ପ୍ରତିନିଧିତ୍ବ ଆଇନ୍ ୧୯୫୧ ଅନୁଯାୟୀ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଧାରା ୪୫(୧)(ଏଫ) ଅ ନୁ ଯାୟୀ  ମାନ୍ୟବର ଅଦାଲତ କୃଷ୍ଣ ଚନ୍ଦ୍ର ଙ୍କୁ ନୈତିକ ଭ୍ରଷ୍ଟତା ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ, କୁଳିଅଣା ଥାନା ଅନ୍ତର୍ଗତ ଦରଖୁ ଳି ଗ୍ରାମର ମୃତ୍ୟୁଞ୍ଜୟ ଦତ୍ତଙ୍କ ସ୍ତ୍ରୀ ଗାୟତ୍ରୀ ଦତ୍ତଙ୍କ ପକ୍ଷରୁ ୨୦୧୯ରେ କୁଳିଅଣା ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାଏକଙ୍କ ବିରୋଧରେ ଏକ ମାମଲା ଦାୟର ହୋଇଥିଲା । ଏ ନେଇ ଇଲେକ୍ସନ ମିସକେସ ନଂ ୩୯/ ୨୦୧୯ରେ କୋର୍ଟରେ ଅପିଲ କରାଯାଇଥିଲା ।  ଅଭିଯୋଗକାରିଣୀଙ୍କ ପକ୍ଷରୁ ଆଇନ୍ ଜୀବୀ ପରମାନନ୍ଦ ଷଡ଼ଙ୍ଗୀ କେସ୍ ଲଡୁଥିବାବେଳେ ବିପକ୍ଷ ଓକିଲ ଭାବେ ସଂଜୀବ ସାମନ୍ତରାୟ କୁଳିଅଣା ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାଏକଙ୍କ ପକ୍ଷରୁ କେସ୍ ଲଢୁ ଥି ଲେ । ଗତ  ୬ତାରିଖରେ ଏହି କେସ୍ ସଂପର୍କରେ ମାନ୍ୟବର ଟି ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ଶୁଣାଣି ସରିଥିଲେ ମଧ୍ୟ ରାୟ ସଂରକ୍ଷିତ ଥିଲା । ତେବେ ସୋମବାର ଜିଲ୍ଲା ଓ ଦୌରାଜଜ ସ୍ମୃତିରଞ୍ଜନ ବହିଦାର ଏହି ମାମଲାର ରାୟ ଶୁଣାଇଛନ୍ତି । ରାୟରେ କୁଳିଅଣା ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର  ନାଏକଙ୍କ ସଭ୍ୟପଦ ରଦ୍ଦ ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୃଷ୍ଣ ଚନ୍ଦ୍ର ଙ୍କ ବିରୋଧରେ ଏକ ପୌଜଦାରୀ ମାମଲା ପୂର୍ବରୁ ରହିଥିବାବେଳେ ସେ ଏହାକୁ ଲୁଚାଇଥିଲେ । ନିର୍ବାଚନରେ ପ୍ରିଜାଇଡିଂ ଅଫିସରଙ୍କ ନିକଟରେ ମିଥ୍ୟା ସତ୍ୟପାଠ ମାମଲାର ଏହି ରାୟ ପ୍ରକାଶ ପାଇବା ପରେ ଦୋଷୀ ସାବ୍ୟସ୍ତ ହୋଇଥିବା  କୁଳିଅଣା ପଞ୍ଚାୟତ ସମିତିର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର  ନାଏକ ଗଣମାଧ୍ୟମକୁ କହିଛନ୍ତି, ସେ ଏହି ରାୟ  ବିରୋଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ  ଓଡିଶାଙ୍କ ନିକଟରେ ଅପିଲ କରିବେ ।

Related Posts

About The Author

Add Comment