ନିର୍ବାଚନ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବାବେଳେ ଦୁର୍ଘଟଣାରେ ତହସିଲଦାରଙ୍କ ମୃତ୍ୟୁ
ନିର୍ବାଚନ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବାବେଳେ ଦୁର୍ଘଟଣାରେ ତହସିଲଦାରଙ୍କ ମୃତ୍ୟୁ
Manas Kumar Rout |
March 30, 2019 |
ନୂଆପଡ଼ା,୩୦/୩ (ସନ୍ଧାନ ନିୟୁଜ /ସନ୍ତୋଷ ରାଉତ) ନିର୍ବାଚନ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ତହସିଲଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରେଶ କୁମାର ନନ୍ଦ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ରେ ସେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।
ନୟାଗଡ଼ ଜିଲ୍ଲାର ନୂଆଗାଁ ଓ ସୋରଡ଼ା ମଝିରେ ସୁରେଶ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଟ୍ରକ୍ ପଛରେ ତାଙ୍କ ଟାଭେରା ଏସ୍ୟୁଭି ଗାଡ଼ି ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Related Posts
About The Author