ନିର୍ବାଚନ କମିସନର ଭାବେ ନିଯୁକ୍ତି ପାଇଲେ ସୁଶୀଲ ଚନ୍ଦ୍ରା

Spread the love

ନୂଆଦିଲ୍ଲୀ, ୧୪/୨(ସନ୍ଧାନ ନିୟୁଜ) : ଲୋକସଭା ନିର୍ବାଚନର  ସପ୍ତାହ ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରାଙ୍କୁ ଦେଶର ନୂତନ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦେଇଛନ୍ତି। ୧୯୮୦ ବ୍ୟାଚ୍‌ର ଇଣ୍ଡିଆନ୍‌ ରେଭିନ୍ୟୁ ସର୍ଭିସ୍‌ ଅଧିକାରୀ ଶ୍ରୀ ଚନ୍ଦ୍ରା ଦ୍ୱିତୀୟ ନିର୍ବାଚନ କମିସନର ଭାବେ ଅବସ୍ଥାପିତ ହେବେ। ବର୍ତ୍ତମାନ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁନିଲ ଆରୋରା ନିର୍ବାଚନ କମିସନର ଥିବା ବେଳେ ଅଶୋକ ଲଭାସା ମୁଖ୍ୟ ନିର୍ବାଚନ କମିସନର ଅଛନ୍ତି।

ଆଇଆଇଟିରୁ ଶିକ୍ଷାପ୍ରାପ୍ତ ଚନ୍ଦ୍ରା ବର୍ତ୍ତମାନ ଆୟକର ବିଭାଗର ଶୀର୍ଷ ନିର୍ଦ୍ଧାରକ ସଂସ୍ଥା ସିବିଡିଟିର ମୁଖ୍ୟ ଅଛନ୍ତି।

 

Related Posts

About The Author

Add Comment