ନିର୍ବାଚନ କମିଶନ ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି ଜୋର ଧରିଲା; ଭୋଟ ଦେବେ ଅନ୍ୟ ପଞ୍ଚାୟତରେ କାମ ହେବ ନିଜ ପଞ୍ଚାୟତରେ

Spread the love

ଯାଜପୁର,୨୪/୦୧/୨୦୧୨ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ର ରସୁଲପୁର ବ୍ଲକ ଯାବରା ପଂଚାୟତ ବାଉଁସଅଣ୍ଟା ବଡ ଗ୍ରାମର ସାଧାରଣ ମତଦାତା ଭୋଟ ଦେବେ ଶ୍ରୀବନ୍ତପୁର ପଂଚାୟତରେ ହେଲେ ସରକାରୀ କାର୍ଯ୍ୟ ହେବ ନିଜ ଯାବରା ପଂଚାୟତରେ । ଏହାର ପ୍ରତିବାଦରେ ଏହି ଗାଁ ଲୋକେ ଭୋଟ ବର୍ଜନ କରିଛନ୍ତି । ସାଧାରଣ ମତଦାତାଙ୍କ ଅଧିକାରକୁ କ୍ଷୁଣ୍ଣ କରି କ୍ଷମତାର ଅପପ୍ରୟୋଗ କରାଯାଇ ଗୋଟିଏ ଗ୍ରାମର ଲୋକଙ୍କୁ ପରୋକ୍ଷରେ ମତଦାନରୁ ବଂଚିତ କରାଯିବା ଭଳି ପରିସ୍ଥିତି ସୃଷ୍ଟି କରାଯାଇଛି । ଏଥିନେଇ ନିର୍ବାଚନ କମିଶନ ତୁରନ୍ତ ହସ୍ତକ୍ଷେପ କରି ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ପୁଣି ଜୋର ଧରିଛି ।
ଏଥିନେଇ ଏକ ପ୍ରେସ ବିଜ୍ଞପ୍ତିରେ ସଂଗ୍ରାମୀ ଯୁବନେତା ସତୀଶ ବିଶ୍ୱାଳ କହିଛନ୍ତି ଯେ, ୨୦୨୦/୨୧ ଆର୍ଥିକ ବର୍ଷରେ ଯାବରା ପଂଚାୟତରୁ ଏହି ଗାଁରେ ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ବୃକ୍ଷ ରୋପଣ କରାଯାଇଛି । ଏହାର ସୂଚନା ଫଳକ ମଧ୍ୟ ରହିଛି । ହେଲେ ଏହା ପୂର୍ବରୁ ଗତ ପଂଚାୟତ ନିର୍ବାଚନରେ ଏହି ଗ୍ରାମର ଲୋକଙ୍କୁ ଅଯଥାରେ ଶ୍ରୀବନ୍ତପୁର ପଂଚାୟତରେ ଭୋଟ ଦେବାକୁ ବାଧ୍ୟ କରାଗଲା । ଶ୍ରୀବନ୍ତପୁର ପଂଚାୟତରେ ଭୋଟ ଦେଇଥିବା ଲୋକେ ଯାବରା ପଂଚାୟତରୁ ବିଭିନ୍ନ ସରକାରୀ ସୁବିଧା କିପରି ପ୍ରଦାନ କରାଯାଉଛି । ଏହି ପଂଚାୟତ ଦୀଘଦିନ ଧରି ଯାବରା ପଂଚାୟତରେ ଥିବା ବେଳେ ଗତ ପଂଚାୟତ ନିର୍ବାଚନରେ କ୍ଷମତାର ଅପପ୍ରୟୋଗ କରାଯାଇ ସେମାନଙ୍କୁ ଶ୍ରୀବନ୍ତପୁରରେ ଭୋଟ କାହିଁକି ଦିଆଗଲା ଏବଂ ଏହାପରେ ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ୱେ ପୁଣି ସେମାନଙ୍କୁ ନିଜ ପଂଚାୟତ ଯାବରାରେ କେଉଁ ଆଧାରରେ ଭୋଟ ଦେବାର ସୁଯୋଗ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏଥିପାଇଁ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ବାଧ୍ୟ ହୋଇଥିବାରୁ ଏହାର ଅନ୍ତରାଳରେ ହୋଇଥିବା ଅନିୟମିତତା ନେଇ ମାନ୍ୟବର ନିର୍ବାଚନ କମିଶନଙ୍କ ତରଫରୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଉଭୟ ନିର୍ବାଚନ କମିଶନ ଏବଂ ମୁଖ୍ୟମନ୍ତ୍ରୀ ସାଧାରଣ ଜନତା ତଥା ମତଦାତାଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାନ୍ତି । ଏହି ଗାଁର ଲୋକଙ୍କ ଏଭଳି ଏକ ଗୁରୁତର ସମସ୍ୟା ନେଇ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ମାନ୍ୟବର ନିର୍ବାଚନ କମିଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହାପରେ ବି ଅଦ୍ୟାବଧି ଏଥିନେଇ ପ୍ରଶାସନିକ ତଦନ୍ତ ନହେବା ଅତ୍ୟନ୍ତ ଦଃୁର୍ଭାଗ୍ୟଜନକ ।

 

Related Posts

About The Author

Add Comment