ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ରାଜପଥ ଉପରେ ଲାଗିଛି ବିଜେଡି ହୋଡିଂ, ପ୍ରଶାସନ ପକ୍ଷରୁ ଅଣଦେଖା

Spread the love

ରସୁଲପୁର, ୨୦/୪ (ସନ୍ଧାନ ନିୟୁଜ) :ରସୁଲପୁର ବ୍ଲକରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ହେଉଥିବା ନେଇ ଆପତ୍ତି ଉଠିଛି । ଏହି ବ୍ଲକର ଧର୍ମଶାଳା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବାରବାଟୀ ପଂଚାୟତର ଓଡଙ୍ଗ ପରିବା ବଜାର ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ଉପରେ ବିଜେଡିର ହୋଡିଂ ଲାଗିଛି । ପ୍ରଶାସନର ନାକତଳେ ଏହିଭଳି ଘଟଣା ଘଟୁଛି । ହଲେ ଏଥିପ୍ରତି କେହି ଯତ୍ନବାନ ହେଉନାହାଁନ୍ତି । ଏହା ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲଙ୍ଘନ କରୁଛି । ଏ ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ପଡିବା ପାଇଁ ଦାବି ହେଉଛି ।
ପ୍ରକାଶ ଯେ ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଧାୟକ ଓ ସାଂସଦ ପ୍ରାର୍ଥୀମାନେ ଆଦର୍ଶ ଆଚରଣ ବିଧିକୁ କଡ୍ଡାକଡ୍ଡି ଭାବବରେ ପାଳନ କରିବା ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଏଥିରେ ଖିଲାପ କରୁଥିବା ପ୍ରାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । ମାତ୍ର ଏହାକୁ ମାନିବା ପାଇଁ ପ୍ରାର୍ଥୀମାନେ ଯେମିତି ନାରାଜ । ସେମାନେ ନିଷିଦ୍ଧାଚଂଳରେ ହୋଡିଂ, ବ୍ୟାନର, ପୋଷ୍ଟର ଲଗାଇ ତାହା ସୂଚେଇ ଦେଉଛନ୍ତି । ଏହାକୁ ତଦାରଖ କରିବା ଦାଇତ୍ୱରେ ଥିବା ଅଧିକାରୀମାନଙ୍କୁ ଢିଲାପଣ ଯୋଗୁଁ ଏଭଳି ଘଟଣାମାନ ଘଟୁଛି । ଗାଁ ଗଣ୍ଡାର ସରକାରୀ ଗୃହ, ବିଦୁ୍ୟତ ଖୁଂଟି, ସରକାରୀ ରାସ୍ତା, ପୋଲ, ରାସ୍ତା ପାର୍ଶ୍ୱରେ ଥିବା ଗଛ ଆଦି ସ୍ଥାନରେ ରାଜନୈତିକ ଦଳର ପ୍ରଚାରପତ୍ର ଲାଗିଛି । ଏହା ବେଆଇନ ହୋଇଥିଲେ ବି ସେଥିପ୍ରତି କେହି ଗୁରୁତ୍ୱ ପ୍ରଦାନ କରୁନାହାଁନ୍ତି । ଏ ପରିକି ପ୍ରାର୍ଥୀମାନେ ଶିକ୍ଷିତ, ସଚେତନ, ଆଇନ ରକ୍ଷକ ହୋଇ ବି ଏଭଳି କାର୍ଯ୍ୟକୁ ଜାଣିଶୁଣି ପ୍ରଶୟ ଦେବା ଘଟଣା ସମାଜ ପାଇଁ ସୁସ୍ଥ ବାର୍ତ୍ତା ପ୍ରଦାନ କରୁନାହିଁ । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଏକ ଅଗଣତାନ୍ତ୍ରିକ ଓ ବେଆଇନ କାର୍ଯ୍ୟ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଉଛି । ଏ ସଂପର୍କରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

Related Posts

About The Author

Add Comment