ନିରାଶ୍ରୟା ବ୍ୟକ୍ତି ଙ୍କୁ ସୁଧାଂଶୁଙ୍କ ସହାୟତା

Spread the love
କଟକ: (ଆମ ଐତିହ/ ପ୍ରଶାନ୍ତ ବାରିକ୍) କଥାରେ ଅଛି ବିପଦ ବେଳେ ଦଇବ ସାହା କଥାଟି ସତ କିନ୍ତୁ ସମସ୍ତେ ଜାଣନ୍ତି ନାହିଁ ସେହି ଦଇବ ମାନବ ରୂପରେ ହିଁ ସମସ୍ତ ଙ୍କ ସମ୍ମୁଖରେ ଦଣ୍ଡାୟ ମାନ ଅବସ୍ଥାରେ। ଏଠାରେ ଆମେ ଜଣେ ସୁବ୍ୟକ୍ତି ଙ୍କ କଥା କହିବାକୁ ଚାହୁଁଛୁ। ସେ ହେଉଛନ୍ତି କଟକ ଜିଲ୍ଲା ବୈଆଳିଶି ମୌଜା ର ଦଧିବାମନ ପୁର ଗ୍ରାମର ସୁଧାଂଶୁ ଶେଖର ପଣ୍ଡା। ଗତ କିଛି ଦିନ ହେବ  ଲକ୍ ଡାଉନ୍  ରେ ଗରିବ ଅନଟନ ରେ ଗୋଟେ ବଳି ଖାଇ ଅନ୍ୟ ବଳି ଉପାସ ରହୁଥିବା ରାସ୍ତା କଡ଼ରେ ଥିବା ଅକ୍ଷମ ବ୍ୟକ୍ତି ମାନଙ୍କୁ ନିଜ ସୁ ଅର୍ଜିତ ଉପାର୍ଜନ  ରୁ ନିଜ ର ପରିବାର ପ୍ରତିପୋଷଣ କରି ବଳକା ଅର୍ଥରୁ ନିଜର ଆର୍ଥିକ ସକ୍ଷମ ଅନୁଯାୟୀ ସେହି ଅକ୍ଷମ ବ୍ୟତି ମାନଙ୍କୁ  କିଛି ଶୁଖିଲା ଖାଦ୍ୟ ବାଣ୍ଟି ବାରେ ଲାଗିଛନ୍ତି। ଯାହା ଫଳରେ କିଛି ବୁଦ୍ଧିଜୀବି ଏହାକୁ ପ୍ରଶଂସା କରି ସହଯୋଗ ର ହାତ ବଢ଼ାଇ ଛନ୍ତି। କିନ୍ତୁ ଏଭଳି ତ ବହୁତ୍ ଧନୀ ଶ୍ରେଣୀର ବ୍ୟତି ମାନେ ପ୍ରତିଦିନ ଗରିବ ଙ୍କୁ ଖାଦ୍ୟ ବାଣ୍ଟିବା ରେ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଦୈନିକ ସମ୍ବାଦ ପତ୍ର ରେ ଦେଖିବାକୁ ମିଳୁଛି କିନ୍ତୁ ସବୁଠାରୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି। ଆମେ ସୁଧାଂଶୁ ଶେଖର ପଣ୍ଡା ଙ୍କୁ ପ୍ରଶଂସା ର ପାତ୍ର ହୋଇ ପାରିଛନ୍ତି। କାରଣ ସେ ଜଣେ ନିଜେ ମଧ୍ୟ ଜଣେ ମଧ୍ୟବିତ୍ତ ପରିବାରର। ଆଜି ର କୋରାନା ଭଳି ମହାମାରୀ ପୃଷ୍ଠଭୂମିରେ କାୟ ବିସ୍ତାର ଜାରି ରହିଥିବା ବେଳେ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ମାନେ କିଭଳି ହନ୍ତସନ୍ତ ହେଉଛନ୍ତି କେବଳ ଜଣେ ଗରିବ ହିଁ ବୁଝି ପାରିବ। ଆହୁରି ମଧ୍ୟ ସୁଧାଂଶୁ ବାବୁ ଜଣେ ସରକାରୀ ଚାକିରିଆ ବି ନୁହେଁ। ସତ କହିବାକୁ ଗଲେ ସେ ରାତ୍ରି ରେ ବ୍ୟାଙ୍କ୍ ର ସିକ୍ୟୁରିଟି କାମ କରୁଥିବା ବେଳେ ଦିନ ବେଳା ଏକ ଜୀବନ ବିମା କମ୍ପାନୀ ରେ କାମ କରୁଛନ୍ତି। ଶୁଣିଲେ ବଡ଼ ଆଚର୍ଯ୍ୟ ର କଥା ହେଉଛି ଜଣେ ସିକ୍ୟୁରିଟି ଭାବେ କାର୍ଯ୍ୟରତ ମଧ୍ୟବିତ୍ତ ପରିବାରର ହୋଇ ମଧ୍ୟ ନିଜ ର ସ୍ଵଳ୍ପ ବଳକା ସଂଚିତ ଧନକୁ ଗରିବ ର ଆହାର ପାଇଁ ବାଣ୍ଟି ବାରେ ଲାଗିଛନ୍ତି କଟକ ର ଗଳି କନ୍ଦିରେ। ତାଙ୍କ ର ଏହି କାର୍ଯ୍ୟ କୁ ପ୍ରଶଂସା କରିବାରେ ଲାଗିଛନ୍ତି କଟକ ବାସି।

Related Posts

About The Author

Add Comment