ନିରାଶ୍ରୟକୁ ସହାୟତାର ହାତ ବଢାଇଲା ଜିଲା ଶିଶୁ ସୁରକ୍ଷା ୟୁନିଟ୍

Spread the love

ଯାଜପୁର, ୧୦/୪ (ସନ୍ଧାନ ନିୟୁଜ) ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ନିରାଶ୍ରୟକୁ ସହାୟତାର ହାତ ବଡାଇଛି । ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡା ଗ୍ରାମର ଅବହେଳିତ ୧୪ବର୍ଷର ନା ବାଳକକୁ ୟୁନିଟ୍ ନିଜ ଅଧିନରେ ଆଶ୍ରୟ ଦେଇଛି । ଆଜି ସଂଧ୍ୟାରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଶିଶିିର ମଲିକ, ରବିନ୍ଦ୍ର ସେଠୀ, ସାମଜିକ କର୍ମୀ ମଂଟୁ ଦାସ ପ୍ରମୁଖ ନାବାଳକର ଘରେ ପହଁଚି ଥିଲେ । ପିଲାର ବଡଭାଇ ମନ ମଲିିକଙ୍କ ସହ ଆଲୋଚନା କରିବା ପରେ ତାର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ଅବଗତ ହୋଇଥିଲେ । ଫଳରେ ୟୁନିଟ ପିଲାଟିକୁ ନିଜ ହେପାଜତକୁ ନେଇ ତାର ପାଠପଢା ସହ ଉପୁଯୁଥିବା ଅନ୍ୟାନ୍ୟ ଦୈନିକ ସମସ୍ୟା ସମାଧାନ କରିବା ଉପରେ ଗୁରୁତ୍ୱ ଦେବ । ପ୍ରକାଶ ଥାଉ କି ନାବାଳକର ପିତା ୪ବର୍ଷ ଓ ମାତା ୨ବର୍ଷ ତଳେ ଉଭୟ କର୍କଟ ରୋଗରେ ପିଡିତ ହୋଇ ମୃତୁ୍ୟବରଣ କରିଥିଲେ । ଜଣେ ଭାଇ ସୁଦୂର ତାମିଲନାଡୁ କୁ ଦାଦନ ଖଟିବାକୁ ଯାଇ ସେଠାରେ ପ୍ରାଣ ହରାଇଥିଲା । ଜଣେ ଭାଇ ମନ ମଲିକ ରହିଛି ସେ ନିଜକୁ ଚଳାଇବା କଷ୍ଟକର ହେଉଛି । ଏହିଭଳି ସ୍ଥିିତିରେ ନା ବାଳକ ଜଣକ ଅବହେଳିତ ଅବସ୍ଥାରେ ରହିଆସୁଥିଲା । ସେବେଠାରୁ ତାର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା । ଏ ନେଇ ସ୍ଥାନୀୟ ଅଂଚଳର ଲୋକେ ଜିଲା ପ୍ରଶାସନକୁ ଅବଗତ କରାଇବା ସହ ସହାୟତା ଲୋଡିଥିଲେ । ଉକ୍ତ ଅଭିଯୋଗ ଆଧାରେ କମିଟି ଘଟଣା ସ୍ଥଳରେ ପହଁଚି ପିଲାକୁ ଉଦ୍ଧାରକରି ନିଜ ହେପାଜତକୁ ନେଇଥିଲେ ।

Related Posts

About The Author

Add Comment