୧୬/୮ (ସନ୍ଧନ ନିଉଜ) :
*ନିରାପତ୍ତା ନିମନ୍ତେ ଆଧୁନିକକରଣ କାର୍ଯ୍ୟ ନିମନ୍ତେ ପୂର୍ବତଟ ରେଳବାଇର କେତୋଟି ରେଳଗାଡ଼ି ବାତିଲ କରାଯିବା ସହ ଅନ୍ୟ କେତୋଟିକୁ ଆଂଶିକ ବାତିଲ କରାଯିବ। ଆଉ କେତୋଟି ଗାଡ଼ିର ପଥ ପରିବର୍ତ୍ତନ କରାଯିବ।*
*ଅଗଷ୍ଟ ୨୨ ତାରିଖ ଦିନ ପୁଣେ ଛାଡ଼ିବାକୁ ଥିବା ଏବଂ ଅଗଷ୍ଟ ୨୦ ତାରିଖ ଦିନ ଭୁବନେଶ୍ୱର ଛାଡ଼ିବାକୁ ଥିବା ୨୨୮୮୧/୨୨୮୮୨ ପୁଣେ-ଭୁବନେଶ୍ୱର-ପୁଣେ ଏକ୍ସ୍ପ୍ରେସ୍ ବାତିଲ କରାଯିବ।*
*ଅଗଷ୍ଟ ୧୬ ରୁ ଅଗଷ୍ଟ ୨୪ ଯାଏଁ ଏଲ୍ଟିଟି(ମୁମ୍ବାଇ)ରୁ ଓ ଅଗଷ୍ଟ ୧୮ ରୁ ୨୬ଯାଏଁ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ୧୮୫୨୦/୧୮୫୧୯ ଏଲ୍ଟିଟି (ମୁମ୍ବାଇ)- ବିଶାଖାପାଟଣା-ଏଲ୍ଟିଟି ଏକ୍ସ୍ପ୍ରେସ୍ ଆଂଶିକ ବାତିଲ କରାଯାଇଛି। ଏହା ବିଶାଖାପାଟଣା ଏବଂ ସୋଲାପୁର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ପଟରୁ ସୋଲାପୁର ଏବଂ ଏଲ୍ଟିଟି ମଧ୍ୟରେ ସେବା ବାତିଲ କରାଯିବ।*
*୧୭ ରୁ ୨୩ ଅଗଷ୍ଟ ଯାଏଁ ମୁମ୍ବାଇରୁ ଏବଂ ୧୬ ରୁ ୨୨ ଅଗଷ୍ଟ ଯାଏଁ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୧୧୦୧୯/୧୧୦୨୦ ସିଏସ୍ଏମ୍ଟି (ମୁମ୍ବାଇ)-ଭୁବନେଶ୍ୱର-ସିଏସ୍ଏମ୍



