ନିମ୍ନ ମାନର କାର୍ଯ୍ୟ ପାଇଁ ରସୁଲପୁର ନିକଟରେ ପୋଲ ଭୁସୁଡିଲା

Spread the love

ଯାଜପୁର ସଦର, ୧୮ା୦୭: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ପୋଲ ଭୁସୁଡ଼ିବା ଘଟଣା ଯାଜପୁର ଜିଲ୍ଲାର ନିଦ ହଜାଇ ଦେଇଚି । ଘଟଣାରୁ ପ୍ରକାଶ ଯେ, ଆଜି ଭୋର ୫ଘଟିକା ସମୟରେ ୧୬ ନଂ ଜାତୀୟ ରାଜପଥରେ ମା ବସ ଗଲାପରେ ଏହି ପୋଲଟି ୧୦ଫୁଟ ତଳକୁ ଦବି ଯାଇଥିବା ଦେଖିବାକୁ ମିଳିଚି । ପୋଲ ଭୁସୁଡ଼ିବା ଘଟଣାକୁ ନେଇ ରସୁଲପୁର ବ୍ଲକ ନିକଟରେ ପ୍ରଶାସନ ପହଁଞ୍ôଚଥିବା ବେଳେ, କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଏହି ପୋଲଟି ନିମ୍ନ ମାନର କରାଯାଇଥିବାରୁ ପୋଲଟି ଭୁସିଡ଼ି ପଡ଼ିଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ କୋରେଇ ବିଧାୟକ ଅଶୋକ ବଳ ପହଁଞ୍ôଚଥିବା ବେଳେ, ଯାଜପରୁ ସାଂସଦ ଶର୍ମିଷ୍ଠା ସେଠୀ ପହଁଞ୍ôଚ କଷ୍ଟ୍ରକସନରେ ତୃଟି ଯୋଗୁଁ ଏପରି ହେଲା ବୋଲି ଅଭିଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୮ ମସିହାରେ ଠିକା ସଂସ୍ଥା ଏନ.ଏଚ୍‌.ଏ.ଆଇ ତରଫରୁ କାମ କରାଯାଇଥିଲା । ଏନେଇ କଂଗ୍ରେସ ନେତା ନରସିଂହ ମିଶ୍ର ନିମ୍ନମାନର କାମ କରାଯାଇଥିବାରୁ ଏହି ବିଭାଗର ମନ୍ତ୍ରୀ ନିତିନ ଗଡ଼କାରୀଙ୍କୁ ଦାୟୀ କରିଥିଲେ । ଏହି ସଂସ୍ଥାର କାମ କରୁଥିବାର ପୋଲ ଗୁଡ଼ିକୁ ତଦନ୍ତ କରାନଯାଇ କାମ ହେଉଥିବାରୁ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ପୂର୍ବତନ କଂଗ୍ରେସ ରାଜ୍ୟ ସଭାପତି ଜୟଦେବ ଜେନା ତଦନ୍ତ କରାଯିବା ପାଇଁ ଦାବି କରିଥିବା ବେଲେ, କଂଗ୍ରେସ ପୂର୍ବତନ ମନ୍ତ୍ରୀ ତଦନ୍ତ ପାଇଁ ଦାବି କରିଥିଲେ । କଂଗ୍ରେସର ବିଧାୟକ ମହମ୍ମଦ ମୌକିମ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟ କରାଯିବାପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ । ବଡ଼ବିପଦ ଟଳିଗଲା ବୋଲି ଗ୍ରାମବାସୀ ମାନେ କହୁଥିବା ବେଳେ, ଠିାକ ସଂସ୍ଥାର ଅତି ନିମ୍ନ ମାନର କାମ କରାଯାଇଥିବାରୁ ଏପରି ହେଲା ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ଏନେଇ କୁଆଖିଆ ଥାନାରେ ସଂସ୍ଥା ବିରୋଧରେ ଧିରେନ୍ଦ୍ର ପଣ୍ଡା ଏତଲା କରିଛନ୍ତି । ଉଚ୍ଚ ସ୍ଥରୀୟ ତଦନ୍ତ କରାଯିବା ସହିତ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ପୋଲ ଭୁସୁଡ଼ିବାରୁ ୧୬ ନଂ ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ପ୍ରଶାସନ ପକ୍ଷରୁ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଞ୍ôଚ ଏହାକୁ ଅନୁଧ୍ୟାନ କରିଥିଲେ ।

Related Posts

About The Author

Add Comment