ଯାଜପୁର, ୧୩/୦୬/୨୦୨୦ (ସନ୍ଧାନ ନିୟୁଜ/ମାନସ ରାଉତ): ଅନେକ ଦିନ ପରେ ଆନେକ ଦୁର୍ଘଟଣା ପରେ ଆନେକ ନରିହ ଜୀବନର ଅନ୍ତ ପରେ ଜାତୀୟ ରାଜପଥ ପା୍ରଧିକରଣ ଅଧିକାରୀଙ୍କ ନିଦ ଭାଙ୍ଗିଲା । ଆଉ ନିର୍ମାଣ ଆରମ୍ଭ ହେଲା ୫୩ନଂ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ । ସୁଣାଯାଏ ଏହି ରାସ୍ତାରେ ଅଳ୍ପଦିନ ମଧ୍ୟରେ ଅନେକ ଲୋକଙ୍କର ଜୀବନ ଯାଇଛୀ । ଏହି ନିର୍ମାଣ କାର୍ଯ୍ୟର ଭାରବହନ କରିଛନ୍ତି ଗ୍ୟାମନ ଇଣ୍ଟିଆ କନସ୍ଟ୍ରକ୍ସନ କମ୍ପାନୀ । ତେବେ କମ୍ପାନୀ ଏହି କାର୍ଯ୍ୟରେ ଆନେକ ଚଞ୍ଚକତା କରି ନିମ୍ନମାନର କାର୍ଯ୍ୟ କରୁଛି । ଅତ୍ୟନ୍ତ ନିମ୍ନ ମାନର ମେଟେରିଆଲ ବ୍ୟବହାର କରିଥିବାରୁ ଏହି ରାସ୍ତାର ସ୍ଥାୟୀତ୍ୱକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏହି ଭଳି ନିମ୍ମମାନର କାର୍ଯ୍ୟ କରି ପୂର୍ବରୁ ଅସ୍ୟୁଲେସ୍କ କମ୍ପାନୀ ରାସ୍ତାରେ ଗେଙ୍ଗୁଟି ମିଶା ମାଟି ପକାଇ ବିଲ କରିନେବାକୁ ଚେଷ୍ଠା କରି ବିଫଳ ହେବା ପରେ କାମ ଛାଡି ଚାଲିଯାଇଥିଲା । କମ୍ପାନୀର ପେଟି ଠିକାଦାର ଭାରେ କାର୍ଯ୍ୟ କରୁଥିବା ଏହି ଯୁବ ସମାଜସେବୀ ଶେଷରେ ଆସ୍ୟୁଲେସ୍କର ଅନେକ ସାମଗ୍ରୀ ହଡପ କରିଥିବାର ମଧ୍ୟ ସୁଚନା ରହିଛି । ସେ ଯାହା ହେଉନା କାହିଁକି ୪ ବର୍ଷରୁ ଉଦ୍ଧ୍ୱର୍ ଦିନରେ ବିରତି ପରେ ଏହି ରାସ୍ତାକାମକୁ ଶେଷ କରିବା ପାଇଁ ଆସିଛି ମହେନ୍ଦ୍ର ସ୍ୱାଇଁଙ୍କ ଗ୍ୟାମନ ଇଣ୍ଡିଆ କମ୍ପାନୀ । ଏହି କମ୍ପାନୀ ରାସ୍ତାର ଫାଉଣ୍ଡେସନକୁ ମଜଭୁତ ନକରି ଓଲଟା ନିମ୍ନମାନର ମେଟେରିଆଲ ବ୍ୟବାହାର କରି ରାସ୍ତା କାମକୁ ଦୁର୍ବଳ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ହୋଇଛି । ଛଣ୍ଡିଖୋଲରୁ ବା୍ରହ୍ମଣୀ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ପୂର୍ବରୁ ଆନେକ ଯାଗାରେ ଆସ୍ୟୁଲେସ୍କ କମ୍ପାନୀ ଦୁର୍ବଳ ମୂଳଦଆ ପକାଇଥିଲା । ମୂଳଦୁଆ ଉପରେ ଏବେ ଆଗେଇ ଚାଲିବାକୁ ଚେଷ୍ଟା କରୁଛି କମ୍ପାନୀ । କମ୍ପାନୀ ଅନେକ ସ୍ଥାନରେ ଆବସ୍ୟକଥିବା ମାଟିର ବ୍ୟବହାର ନକରି ପାହଡରୁ ପଥର ମିଶା ମାଟି ଆଣି ରାସ୍ତା ଉପରେ ବିଛାଇ ଚାଲିଛି । ଯେଉଁଥିରେ ମାଟି ସହିତ ଛୋଟବଡ ପଥର ମିଶି ଆସୁଛି । ଏହାକୁ କମ୍ପାକ୍ସନ କଲାବେଳେ ଗ୍ୟାପ ରହିବା ଦ୍ୱାରା ଖୁଚ ଶୀଘ୍ର ରାସ୍ତା ଖରାପ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଜିଏସପି ବଦଳରେ ଅନେକ ସ୍ଥାନରେ ଭଙ୍ଗା ସ୍ଲାଗକୁ ବ୍ୟବହାର କରୁଥିବା ଦେଖାଯାଉଛିି । ଗତକାଲି ଏହି ରାସ୍ତାରେ ଜିଏସପି ଢାଳିବାକୁ ଯାଇଥିବା ଏକ ଟ୍ରକ ତାର ଆଗଚକା ଦୁଇଟି ସମ୍ପୁର୍ଣ୍ଣ ଭାବରେ ଫସି ଯିବାରୁ ତାହା ଆଉ ଉଠି ପାରିନଥିଲା । ଫଳରେ ଅନେକ ସମୟ ଧିରି ଏହି ଟ୍ରକଟି ସେଠାରେ ପଡିରହିଥିଲା । ଏଥରୁ ରାସ୍ତାର ଫାଉଣ୍ପସେନର ଅବସ୍ତା କଣ ତାହା ବାରି ହୋଇପଡୁଛି । କଳିଙ୍ଗ ନଗରରୁ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଉଥିବା ଗାଡି ଗୁଡିକ ପ୍ରତ୍ୟହ ଏହି ରାସ୍ତା ଦେଇ ଯାତାୟତ କରୁଥିବାରୁ ଏହି ରାସ୍ତାକୁ ମଜଭୁତ କରି ଗଢି ତୋଳିବାର ଆବଶ୍ୟକତା ରହିଛି । ଏହି ଗାଡି ଗୁଡିକର ସର୍ବନିମ୍ନ ଭାର ୩୦ଟନରୁ ଆଧିକ ରହିଥାଏ । ଏ ଭଳି ଭାର ବହନର କ୍ଷମତା ବହନ କରିବା ପାଇଁ ରାସ୍ତାକୁ ଗ୍ୟାମନ ଇଣ୍ଡିଆ ମଜଭୁତି ପ୍ରଦାନ କରିବା ବଦଳରେ ଏହାକୁ ନିମ୍ନ ମାନର କରୁବା ଆତ୍ୟନ୍ତ ନିନ୍ଦନୀୟ ବୋଲି ସାଧାରଣରେ ଆଲୋଚନା ହେଉଛି । ଅନେକ ଯାଗାରେ ରାସ୍ତାର ଉଭୟ ପାଶ୍ୱର୍କୁ ଖୋଳିଦେଇ କାମପାଇଁ ଉନ୍ମୁକ୍ତ ରଖିଥିବାର ଦେଖଯାଉଥିବା ବେଳେ ଏଠାରେ ସୃଷ୍ଟି ହେବାକୁ ଥିବା ଦୁର୍ଘଟଣା ପାଇଁ କିଏ ଦାୟୀ ହେବ । ରିଫ୍ଲେଟରଟିଏ ରାସ୍ତାରେ ଅନେକ ଯାଗାରେ କିଛି କିଛି ଯାଗାରେ ଲଗାଯାଇନାହିଁ । ଉଚ୍ଚ କତ୍ତୃପକ୍ଷ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଆଉ ଲୋକ ଦେଖାଣିଆ ଚଢାଉ ଚଳିବ ନାହିଁ ଏଥିପାଇଁ ସାମ୍ବାଦିକଙ୍କୁ ବ୍ୟକ୍ତିଗତ ଭାବରେ ଆନେ୍ଦାଳନାତ୍ମକ ପନ୍ଥା ଆପଣାଇବାକୁ ପଡିବ ବୋଲି ଦେଶô କିଚି ଅଧିକାରୀ ଦର୍ଶାଇଛନ୍ତି । ଖବରର ସତ୍ୟତା ପ୍ରତିପାଦନ ନିମନ୍ତେ ଏଠାରେ ଅଡିଓ ଓ ଭିଡିଓ ବାତା ର୍ଦିଆଯାଇଛି ।
ନିମ୍ନମାନର ମାଟି ମେଂଟାଲରେ ନିର୍ମାଣ ଚାଲିଛି ୫୩ଂ ଜାତୀୟ ରାଜପଥ; ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛି ବିଭାଗ !
|
June 13, 2020 |



