ନିଦ ହଜାଇ ଦେଇଛି କରୋନା !

Spread the love
ଭୁବନେଶ୍ୱର,୧୩/୦୪ (ସନ୍ଧାନ ନିୟୁଜ) କରୋନା ଯୋଗୁଁ ରାତିରେ ଲୋକଙ୍କୁ ନିଦ ହେଉନାହିଁ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକମାନେ ଉଜାଗର ରହୁଛନ୍ତି । ବାଙ୍ଗାଲୋରର ଏକ ମ୍ୟାଟ୍ରେସ କମ୍ପାନୀ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ମିଳିଛି ଏହି ତଥ୍ୟ ।
ପ୍ରାୟ ୧୫ଶହ ଲୋକଙ୍କ ଉପରେ କରାଯାଇଥିବା ଏହି ଅନଲାଇନ୍ ସର୍ଭେରେ ମିଳିଥିବା ରିପୋର୍ଟ ଅତ୍ୟନ୍ତ ଚମକପ୍ରଦ । ବିଭିନ୍ନ ସହରରୁ ଅଂଶଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୬୭% ସେମାନଙ୍କର ଶୋଇବା ସମୟ ପରିବର୍ତିତ ହୋଇ ଯାଇଛି ବୋଲି ସ୍ବୀକାର କରିଛନ୍ତି । ଲକଡ଼ାଉନ ପୂର୍ବରୁ ପ୍ରାୟ ୪୬% ଲୋକ ରାତି ୧୧ଟା ପୂର୍ବରୁ ଶୋଇବାକୁ ଯାଉଥିଲେ। ମାତ୍ର ,ବେ ଏହି ସଂଖ୍ୟା ହ୍ରାସ ପାଇଛି । ୩୯% ଲୋକ ୧୧ଟା ପୂର୍ବରୁ ଶୋଇବାକୁ ଯାଉଛନ୍ତି । ସେହିପରି ଲକ୍ଡ଼ାଉନ ଘୋଷଣା ପୂର୍ବରୁ ୩୫% ଲୋକ ରାତି ୧୨ଟା ସୁଦ୍ଧା ଶୋଇ ପଡ଼ୁଥିଲେ, ମାତ୍ର ଏବେ ଏହି ସଂଖ୍ୟା ୨୫%କୁ ହ୍ରାସ ପାଇଛି । ଏହି ସର୍ଭେ ଅନୁସାରେ ଏବେ ପ୍ରାୟ ୪୦% ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହୁଛନ୍ତି । ତେବେ ଲକ୍ଡ଼ାଉନ ଶେଷ ହେବା ପରେ ସେମାନେ ପୁନର୍ବାର ସୁନିଦ୍ରା ଫେରି ପାଇବେ ଓ ସେମାନଙ୍କ ଶୋଇବା ସମୟ ପୁନର୍ବାର ପରିବର୍ତ୍ତନ ହୋଇଯିବ ବୋଲି ୮୧% ଲୋକ ମନେ କରୁଛନ୍ତି ।

Related Posts

About The Author

Add Comment