ନିମାପଡା,୨୦/୧୨/୨୦୧୧ (ସନ୍ଧାନ ନିଉଜ) ୨୦୧୫ ମସିହାର ବହୁ ଚର୍ଚ୍ଚିତ ନିମାପଡା ପତ୍ନୀ ହତ୍ୟା ମାମଲାର ଆଜି ଶେଷ ହୋଇଛି ଶୁଣାଣୀ । ଦୀର୍ଘ ୬ ବର୍ଷ ରାୟ ଶୁଣାଇ ଦୋଷୀ ସ୍ୱାମୀକୁ ଦଣ୍ଡ ବିଧାନ କରିଛନ୍ତି ନିମାପଡା ଏଡିଜେ କୋର୍ଟ । ସୂଚନା ଅନୂସାରେ ୨୦୧୫ ମସିହାରେ ନିମାପଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ । ନିଜ ହାତରେ ନିଜ ସ୍ତ୍ରୀକୁ ହତ୍ୟା କରି ଜେଲ ଯାଇଥିଲା ଅଭିଯୁକ୍ତ ସ୍ୱାମୀ । ଯାହାପରେ ମାମଲା ବିଚରାଧୀନ ରହିଥିବା ବେଳେ ଆଜି ଶେଷ ହୋଇଛି ଏହି ମାମଲାର ଶୁଣାଣୀ । ପତ୍ନୀହନ୍ତା ପ୍ରଶାନ୍ତ ମହାନ୍ତିକୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି କୋର୍ଟ ।
ନିଜ ହାତରେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ, ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ
|
December 20, 2021 |