ନିଜ ବାପାମା’ଙ୍କୁ ଘରୁ ତଡ଼ିଦେଲା ନିର୍ଦ୍ଦୟ ପୁଅ

Spread the love

ନୀଳଗିରି,୧୭.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର‌ ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେବାକୁ ମିଳିଛି । ଯେଉଁ ପୂଜକ ଲୋକଙ୍କ ଘରେ ସଂସ୍କାର ଆଣିବା ପାଇଁ ଭଗବାନଙ୍କ ଠାରେ ଶୁଭ ମନାସିଥାଏ; ଆଜି ସେଇ ପୂଜକ ନ୍ୟାୟ ପାଇଁ ଥାନା ପିଣ୍ଡିରେ ବସିବା ଘଟଣା ଅଞ୍ଚଳରେ କ୍ଷୋଭ ସୃଷ୍ଟି କରିଛି । ବୃଦ୍ଧ ପିତାମାତାଙ୍କୁ ପୋଷିବା‌ ତ ଦୂରର କଥା, ଓଲଟା ତାଙ୍କୁ ପିଟାମରା କରି ରାତି ଅଧୁଆ ଘରୁ ତଡ଼ି ଦେବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି । ନୀଳଗିରି ବଡ଼ଦାଣ୍ଡ ପାର୍ଶ ଶଙ୍କରାଖୁଣ୍ଟା ଶିବ ମନ୍ଦିରର ଦୈନନ୍ଦିନ ପୂଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡା (୭୨) ଏବଂ ତାଙ୍କ ବୃଦ୍ଧା ସ୍ତ୍ରୀଙ୍କୁ ଏକମାତ୍ର ପୁଅ ପ୍ରମୋଦ ପଣ୍ଡା ଓ ତାଙ୍କ ଶ୍ୱଶୁର ଘର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରିଣତ ବୟସରେ ମଧ୍ୟ ପେଟ ପାଇଁ କୌଳିକ ବୃଦ୍ଧିକୁ ଆପଣାଇଥିବା ପୂର୍ଣ୍ଣଚନ୍ଦ୍ର ଶୁକ୍ରବାର ରାତିରେ ଘରେ ରହିଥିବା ସମୟରେ ଶ୍ଵଶୁର ଘରେ ରହୁଥିବା ପୁଅ ପ୍ରମୋଦ, ବୋହୁ ମିନତି, ସମୁଦି ବିଷ୍ଣୁମୋହନ ପ୍ରମୁଖ ପହଞ୍ଚି ସେମାନଙ୍କୁ ଅଶୀଳ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିଲେ। ଏଥିରେ ପୂଜକ ଦମ୍ପତି ପ୍ରତିବାଦ କରିବାରୁ ସେମାନଙ୍କୁ ଆକ୍ରମଣ କରି ରାତିରେ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ସେହିପରି ତାଙ୍କ ଝିଅ ବାସନ୍ତୀଙ୍କର ଜରୁରୀ କାଗଜପତ୍ର ସବୁ ପୋଡ଼ି ଦେଇ ଘରେ ରଖିବା ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ବୃଦ୍ଧ ଦମ୍ପତି ଶନିବାର ସକାଳେ ନୀଳଗିରି ଥାନାରେ ପୁଅ ବିରୋଧରେ ଅଭିଯୋଗ କରିଛନ୍ତି । ଥାନା ସବଇନ୍ସପେକ୍ଟର ବାସୁଦେବ ଜୟସିଂ ଏହି ପ୍ରସଙ୍ଗରେ ଗୁରୁତ୍ବ ଦେଇ ଅଭିଯୁକ୍ତ ପୁତ୍ରକୁ ଡକାଇ‌ ଜେରା କରିଥିଲେ । ପିତାମାତାଙ୍କ ପ୍ରତି ଏତାଦୃଶ ଆଚରଣରେ ସେ ନିନ୍ଦିତ ଥଗବା ଏବଂ ଭବିଷ୍ୟତରେ ଏଭଳି କୁକର୍ମ କରିବେନି ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାଯାଇଛି ।

Related Posts

About The Author

Add Comment