ନିଜ କଂପାନିକୁ ଦେବାଳିଆ ଘୋଷିତ କରିବା ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହେଲେ ଅନୀଲ ଅମ୍ବାନୀ

Spread the love

ମୁମ୍ବାଇ, ୨/୨ (ସନ୍ଧାନ ନିୟୁଜ) : ଦେଶର ଜଣାଶୁଣା ବ୍ୟବସାୟୀ ଅନୀଲ ଅମ୍ବାନୀ ଦେବାଳିଆ ସ୍ଥିତିକୁ ଚାଲିଯାଇଛି। ଗତକାଲି ଅନୀଲ ଅମ୍ବାନୀ ନିଜର କଂପାନି ରିଲାଏନ୍ସ ଲିମିଟେଡ (ଆରକମ)କୁ ଦେବାଳିଆ ଘୋଷିତ କରିବା ଲାଗି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। କଂପାନି ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଆଇନଗତ ଆହ୍ଵାନ ଯୋଗୁଁ ଆର୍‌କମ୍‌ ଋଣ ପରିଶୋଧ କରିବାରେ ଅକ୍ଷମ। ତା’ଛଡା କେହି କଂପାନିକୁ ଋଣ ଦେବାକୁ ରାଜି ହେଉନଥିବା ମଧ୍ୟ କୁହାଯାଇଛି। ଆର୍‌କମ୍‌ର ନିର୍ଦ୍ଦେଶକ ମଣ୍ଡଳୀର ବୈଠକରେ ୧୮ ମାସ ବିତିବା ପରେ ମଧ୍ୟ କଂପାନି ତା’ର ସଂପତ୍ତି ବିକ୍ରି କରିବାରେ ଅସମର୍ଥ ହୋଇଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ନିଷ୍ପତ୍ତି ନେଇଛି ଯେ କଂପାନି ଏନ୍‌ସିଏଲ୍‌ଟି ମୁମ୍ବାଇ ଜରିଆରେ ଶୀଘ୍ର ଏହି ସମସ୍ୟାର ସମାଧାନ ଲାଗି ବିକଳ୍ପ ପନ୍ଥା ଖୋଜିବ। ଆର୍‌କମ୍‌କୁ ଋଣ ଦେଇଥିବା ସଂସ୍ଥାମାନଙ୍କ ମଧ୍ୟରେ ତୀବ୍ର ମତଭେଦ ରହିଛି। ଏଥିନେଇ ସହମତି କରିବା ଲାଗି ୪୫ଟି ବୈଠକ ଅନୁଷ୍ଠିତ ହୋଇଛି। କିନ୍ତୁ ସେଥିରୁ କୌଣସି ସୁଫଳ ମିଳିନାହିଁ।

Related Posts

About The Author

Add Comment