ନିଜେ ପଢିଥିବା ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କର

Spread the love

ବାରିପଦା, 26.01.2021(ସନ୍ଧାନ ନିଉଜ୍) : ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିବା ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ହାଇକୋର୍ଟର ବିଚାରପତି, ସମସ୍ତ ମନ୍ତ୍ରୀ, ସମସ୍ତ ସାଂସଦ ଏବଂ ବିଧାୟକ ମାନଙ୍କୁ ସେମାନେ ପଢିଥିବା ବିଦ୍ୟାଳୟ ବା ପସନ୍ଦର ବିଦ୍ୟାଳୟକୁ ପୋଷ୍ୟସ୍କୁଲ ଭାବେ ଗ୍ରହଣ କରିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଶିକ୍ଷାବିତ ମାନେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବନକୁ ସ୍ବାଗତ କରିଛନ୍ତି । ଯେଉଁ ସ୍କୁଲରୁ ମଣିଷ ହୋଇଛ ଏବେ ସେହି ସ୍କୁଲ କଥା ଭାବ। ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କର । ସ୍କୁଲର ଭିତ୍ତିଭୂମି ବିକାଶରେ ସାମିଲ ହୋଇ ଶୈକ୍ଷିକ ପରିବେଶରେ ଉନ୍ନତିରେ ଭାଗିଦାରୀ ହୁଅ । ଏମିତି ଆହ୍ବାନ ଦେଇ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ସମେତ ହାଇକୋର୍ଟର ବିଚାରପତି, ରାଜ୍ୟର ସବୁ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ମାନଙ୍କୁ ଚିଠି ଲେଖି ଏମିତି ନିବେଦନ କରିଛନ୍ତି। । ସେମାନେ ପଢିଥିବା ବିଦ୍ୟାଳୟ ବା ପସନ୍ଦର ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳଯ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଜଣେ ବ୍ୟକ୍ତି ଚାହିଁଲେ ସର୍ବାଧିକ ୩ଟି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିପାରିବେ। ଉଦାର ହୃଦୟରେ ଆପଣ ଆପଣଙ୍କ ପ୍ରିୟ ବିଦ୍ୟାଳୟର ରୂପାନ୍ତର ପାଇଁ ସୁଯୋଗ ସୃଷ୍ଟି କରିପାରିବେ ବୋଲି ଉଲ୍ଲେଖ କରି ନିଜ ନିଜର ପ୍ରିୟ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।  ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡିଆ ସାମିଲ ହୋଇ  ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ମୁଖ୍ୟଶାସନ ସଚିବଙ୍କ ଠୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇ ସେମାନଙ୍କ ପସନ୍ଦର ସ୍କୁଲକୁ ନିଜର ପୋଷ୍ୟସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେପଟେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ସ୍ବାଗତ କରିଥିବା ବେଳେ ବିଜେପି ପ୍ରଶ୍ନ ଉଠାଇଛି । ଏହା ଦ୍ବାରା ବେଶୀ କିଛି ଲାଭ ମିଳିବନି ବୋଲି କହିଛି । ଏବେ ସରକାରୀ ସ୍କୁଲର ଚିତ୍ର ବଦଳିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଜଣେ ଜଣେ ସାଂସଦମାନେ ଯେମିତି ଗୋଟିଏ ଗୋଟିଏ ଗାଁକୁ ଆଡପ୍ଟ କରି ଏହାର ଚିତ୍ର ବଦଳାଇଛନ୍ତି ସେମିତି ସ୍କୁଲର ଚିତ୍ର ବଦଳିବ ବୋଲି ଆଶା ସୃଷ୍ଟି ହୋଇଛି ।

Related Posts

About The Author

Add Comment