ନିଖୋଜ ଯୁବତୀ ର ମୃତ ଦେହ ଘର ପାଖ କେନାଲ ରୁ ଉଦ୍ଧାର

Spread the love
ଚାନ୍ଦବାଲି: ( ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ଭଦ୍ରକ ଜିଲ୍ଲା ଘଟପୁର ପଞ୍ଚାୟତ ରେ  ବାଟିଟଙ୍କି ଗ୍ରାମରେ ଜଣେ ଯୁବତୀ ତିନିଦିନ ହେଲା ନିଖୋଜ ଥିବା ବେଳେ କାଲି ଗ୍ରାମ ପାଖ କେନାଲ ରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାଇ ବାଟିଟଙ୍କି ଗ୍ରାମର ଭରତ ବିଶ୍ଵାଳ ଙ୍କ ଝିଅ ରଙ୍ଗ ବିଶ୍ଵାଳ(୨୦) ତିନିଦିନ ତଳେ ଘର ପାଖରୁ ନିଖୋଜ ହୋଇଥିଲେ। ଘର ଲୋକ ଏଥିରେ ବ୍ୟତିବ୍ୟସ୍ତ ହୋଇ ଚାରି ଆଡେ ଖୋଜାଖୋଜି କରି ବିଫଳ ହୋଇଥିଲେ। ଗ୍ରାମ ରେ କେତକ ଯୁବକ ମଧ୍ୟ ଏଥିରେ ସହଯୋଗ କରିଥିଲେ ମଧ୍ୟ ରଙ୍ଗ (ଛଦ୍ମ ନାମ) ର ମଧ୍ୟ କୌଣସି ଖୋଜ୍ ଖବର ମିଳି ନଥିଲା। ଘର ପାଖ ଦେଇ କେନାଲ ଟି ଯାଇଥିବା ରୁ ଏକ ବାଉଁଶ ପୋଲ ଦେଇ ଭରତ ଙ୍କ ଘରକୁ ଯିବାକୁ ପଡୁଥିଲା। ଶେଷରେ ଗତକାଲି ପରିବାର ଲୋକଙ୍କ ମନରେ ଅଧିକ ସନ୍ଦେହ ଉପୁଜିବା ରୁ ଘର ପାଖ କେନାଲ ରେ ଖୋଜି ବାରୁ ଯୁବତୀ ଙ୍କ ମୃତ ଦେହ ଭାସୁ ଥିବାର ଗ୍ରାମର ଜଣେ ଯୁବକ ଦେଖି ଯୁବତୀ ଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଯୁବତୀ କୁ ଉଦ୍ଧାର କରି ଥିବା ବେଳେ ଯୁବତୀ ଙ୍କ ର ଅଧା ଶରୀର ପଚି ନଷ୍ଟ ହୋଇଥିବା ଜଣା ପଡ଼ିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି। ଗ୍ରାମବାସୀ କହିବା ଅନୁଯାୟୀ ଯୁବତୀ ଜଣଙ୍କ ପୂର୍ବରୁ କୌଣସି ବାତ ଜନିତ ରୋଗରେ ପୀଡିତ ଥିବାରୁ ଘର ପାଖ ବାଉଁଶ ପୋଲରେ ପାର ହେଉଥିବା ସମୟରେ ଅସାବଧାନତା ଯୋଗୁ ଗୋଡ଼ ଖସି ଯାଇ ନାଳ ରେ  ବୁଡି ଯିବା  ସନ୍ଦେହ କରାଯାଉଛି।

Related Posts

About The Author

Add Comment