ବାରିପଦା ୨/୯/୨୦ (ସନ୍ଧାନ ନିଉଜ):- କୋଭିଡ ପରୀକ୍ଷା କରି ପରିବାର ଲୋକଙ୍କ ସହ ଫେରିବାବେଳେ ୨୬ ତାରିଖରେ ବିତନ ସେତୁ ରେ ଭାସିଯାଇଥିବା ବୃଦ୍ଧା(୬୨)ଙ୍କ ଶବ ଉଦ୍ଧାର ହୋଇଛି । ନିଖୋଜ ହେବାର ୪ ଦିନ ପରେ ଆଜି ସକାଳେ ମାନଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସଡ଼ିଦା- ଆଗିରିଆ ଗାଁ ମଧ୍ୟରେ ଥିବା ଏକ ପାଳଜମି ର ଖାଲୁଆ ସ୍ଥାନରୁ ବୃଦ୍ଧଙ୍କ ଶବ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କଠାରୁ ବିଜେଡି ବ୍ଲକ୍ ସଭାପତି ପ୍ରକାଶ ଚନ୍ଦ୍ର ଦଳେଇଙ୍କ ମାଧ୍ୟମରେ ଖବରପାଇ ମାଣତ୍ରୀ ଫାଣ୍ଡି ପୋଲିସ, ବୈଶିଙ୍ଗା ପୋଲିସ ସେଠାକୁ ଯାଇ ଶବ ଉଦ୍ଧାର କରିଥିଲେ । ଉକ୍ତ ବୃଦ୍ଧାଙ୍କ କରୋନା ରିପୋର୍ଟ ପଜିଟିଭ ବାହାରି ଥି ବାରୁ ବିଡି ଓ କରୁଣାକର ଧୀନ୍ଦା ବାରିପଦାରୁ ଡାକ୍ତରୀ ଟିମ୍ ଡକାଇ କୋଭିଡ୍ -୧୯ ଗାଇଡ୍ଲାଇନ ଅନୁଯାୟୀ ଉକ୍ତ ସ୍ଥାନରେ ଶବକୁ ପ୍ରଥମେ ୩୦ ମିନିଟ୍ ସାନିଟାଇଜ୍ କରାଯାଇଥିଲା । ପରେ ବ୍ୟାଗ ଭିତରେ ପ୍ୟାକ କରି ଶବଦାହ କରାଯାଇଥିଲା। ଶବଦାହ ବେଳେ ସ୍ଥାନୀୟ ସରପ କୁନି ସିଂ, ଅର୍ଜୁନ ଦଳେଇ, ପ୍ରକାଶ ଦଳେଇ, ଦୀପକ ସାହୁ, ବୈଶିଙ୍ଗା ଆଇଆଇସି ଲକ୍ଷ୍ମୀକାନ୍ତ ସ୍ୱାଇଁ, ବଡ଼ ସାହି ବି ଡି ଓ କରୁ ଣାକର ଧୀନ୍ଦା, ତହସିଲଦାର ମମତାଜ ମହାରଣା, ମାଣତ୍ରୀ ଫାଣ୍ଡି କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । ଭୀମିଦା ପଞ୍ଚାୟତ ଅର୍ଜୁନବାରି ଆ ଗାଁର ଜଣଙ୍କଠାରେ ପଜିଟିଭ ଚିହ୍ନଟ ପରେ ପରିବାରର ଅନ୍ୟ ୪ ସଦସ୍ୟ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କରୋନା ପରୀକ୍ଷା କରାଇ ଥିଲେ । ୨୬ ତାରିଖ ସକାଳ ସାଢ଼େ ୧୧ଟାରେ କୋଭିଡ଼ ଟେଷ୍ଟ କରି ଫେରିବାବେଳେ ମାଣତ୍ରୀସ୍ଥିତ ବିତନ ସେତୁରେ ବୃଦ୍ଧା ଭାସି ଯାଇଥିଲେ ବାରିପଦାରୁ ଓଡ୍ରାଫ୍ ଟିମ୍ ୩ ଦିନ ହେଲା ଖୋଜାଖୋଜି କରିଥିଲେ ହେଁ ବୃଦ୍ଧାଙ୍କୁ ପାଇ ନ ଥିଲେ । ଉକ୍ତ ପରିବାର ସଦସ୍ୟଙ୍କ କରୋନା ରିପୋର୍ଟ ବାହାରିବା ପରେ ପଜିଟିଭ ଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା ।