ବାରବାଟୀ ୮/୧୧ (ସନ୍ଧାନ ନିୟୁଜ) ଧର୍ମଶାଳl ଥାନା ଅନ୍ତର୍ଗତ ବାରବାଟୀ ପଂଚାୟତ ଫୁଲାଡ଼ି କୁମାର ନୀଳମଣି ଦାସ (58)ଦୁଇ ଦିନ ହେଲା ନିଖୋଜ ଥିଲେ l ଆଜି ତାଙ୍କ ଶବ ଘର ନିକଟ ନାଳରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି l ନୀଳମଣି ପ୍ରତିଦିନ ସକାଳେ ଭ୍ରମଣ ପାଇଁ ଘରୁ ବାହାରକୁ ଯାଆନ୍ତି l ଆଜକୁ ଦୁଇଦିନ ହେବ ସେ ଭ୍ରମଣ ସକାସେ ଘରୁ ଆସି କୁଆଡେ ନିଖୋଜ ହୋଇଯାଇଥିଲେ l ପରିବାର ଲୋକେ ବୋହୁ ଖୋଜା ଖୋଜି କରି ତାଙ୍କୁ ପାଇନଥିଲେ l ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚ ଟା ସମୟରେ ଘର ନିକଟଏକ ଦଳ ଥିବା ନାଳରେ ନୀଳମଣି ଭାସୁଥିବାର ଗ୍ରାମବାସି ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ l ଏହା ପରେ ପରିବାର ଲୋକେ ଘଟଣାଜାଗାରେ ପହଂଚି ନୀଳମଣି ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳl ଗୋଷ୍ଠୀସ୍ୟାସ୍ଥ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର
|
November 8, 2019 |



