ରସୁଲପୁର,୨୩/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) ଚଳିତ ମାସ ୧୪ତାରିଖରେ କାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ପକ୍ଷରୁ ଭାରତୀୟ ଯବାନଙ୍କ ଉପରେ ବର୍ବୋରଚିତ ଆକ୍ରମଣରେ ୪୦ଜଣ ପ୍ରଣ ହରାଇଥିଲେ । ଏହି ଘଟଣାକୁ ୧୦ଦିନ ବିତିଲାଣି ଏବେ ବି ଦେଶର କୋଣ ଅନୁକୋଣରେ ଶୋକର ବାତାବରଣ ତାଜା ରହିଛି । ଅମର ସହିଦ୍ ଯବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ସମଗ୍ର ଭାରତ ଦେଶ ସହିଦ୍ଙ୍କ ପରିବାର ପଛରେ ଠିଆ ହୋଇଛି । ଏହି ଧାରରେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡରସନ୍, ରସୁଲପୁର ବ୍ଲକ ଶାଖା ଯୋଡି ହୋଇଛି । ଆଜି ପୂର୍ବାହ୍ନରେ ବ୍ଲକ ସମ୍ମିଳନୀ କକ୍ଷରେ ଫେଡରେସନ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ଲକ ସଂଘର ସଭାପତି ବିଜୟ କୁମାର ଷଢଙ୍ଗୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାଏ, ବିଡିଓ ଉମାକାନ୍ତ ପରିଡା, ଏବିଡିଓ ଅସିତ ପାତ୍ର, ସହକାରୀ ଶିକ୍ଷାଧିକାରୀ ଭିକାରୀ ଚରଣ କବି, ଶିକ୍ଷକ ନେତା ପ୍ରଶାନ୍ତ ସର, ଦେବରାଜ ମିଶ୍ର, ମହେନ୍ଦ୍ର ମଲିକ, ପ୍ରଦୀପ ପ୍ରଧାନ, ମାନସ ରଂଜନ ପୃଷ୍ଟି, ପ୍ରମୋଦ ବାରିକ, ଚିତ୍ତରଂଜନ ରଥ, ନିଳମଣୀ ଦାଶ ପ୍ରମୁଖ ସହିଦ୍ଙ୍କ ଉଦେଶ୍ୟରେ ଦୀପଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିସହ ଉକ୍ତ ସଭାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଯୋଗଦେଇଥିବା ୫ଶହରୁ ଉର୍ଦ୍ଧ ଶିକ୍ଷିକାଶିକ୍ଷକମାନେ ମହମବତୀ ପ୍ରଜ୍ୱଳନକରି ସହିଦ୍ଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯିବା ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି
|
February 23, 2019 |



