ନାରୀ ସଶକ୍ତିକରଣ ଓ ନାରୀ ଜାଗରଣ

Spread the love
ଭୁବନେଶ୍ୱର, ୨୯.୦୩/୨୧, (ସନ୍ଧାନ ନିଉଜ) ସୋମବାର ଓଡ଼ିଶାର ଅଗ୍ରଗଣ୍ୟ ସମାଜ ମଙ୍ଗଳ ଅନୁଷ୍ଠାନ ବିବେକାନନ୍ଦ ଯୁବ ସଂସଦ, ଓଡିଶା ତରଫରୁ ଆୟୋଜିତ ୨୦୨୧ ବର୍ଷ ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଇ-ପାଠଚକ୍ର ସୋମବାର ସଂନ୍ଧ୍ୟା ୭ଟା ରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।ପରିବାରରେ ସମାନତା ଆସିଲେ  ନାରୀ ସଶକ୍ତିକରଣ ସମ୍ଭବ ହେବ। ଦୀର୍ଘ ୧୦୦  ବର୍ଷରୁ ଉର୍ଦ୍ଧ ଏ ସଂଗ୍ରାମ ଭାରତୀୟ ସମାଜରେ ଅନେକ ପରିବର୍ତ୍ତନ ଆଣିଛି , ମାତ୍ର ଏଯାଏଁ ସଂପୂର୍ଣ୍ଣ ମାନସିକତା ରେ ପରିବର୍ତ୍ତନ ଆସି ନାହିଁ ବୋଲି ବିଶିଷ୍ଟ ସମାଜସେବୀ ପ୍ରମିଳା ସ୍ବାଇଁ ମତବ୍ୟକ୍ତ କରିଥିଲେ। ଅନ୍ୟତମ ପ୍ରମୁଖ ବକ୍ତା ଭାବରେ ଡ଼ ସୁଜାତା ସେନାପତି , ବିଭାଗୀୟ ମୁଖ୍ୟ , ସମାଜ ବିଜ୍ଞାନ, ବି.ବି ସ୍ବୟଂଶାସିତ ମହାବିଦ୍ୟାଳୟ, ଚଣ୍ଡିଖୋଲରୁ ଯୋଗଦେଇ ନାରୀ ସଶକ୍ତିକରଣ ରୁ ଉନ୍ନତିକରଣର ସୋପାନ ବିଷୟରେ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। କଟକ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଜିଲ୍ଲା ସଂପାଦକ ସୁଶ୍ରୀ ମନ୍ଦାକିନୀ ଜେମାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ‘ନାରୀ ମାନଙ୍କର ସମାଜରେ ବିଶେଷ କରି ପରିବାରରେ ବା ନିଜ ଠାରୁ ଲିଙ୍ଗ ଭିତ୍ତିରେ ବାଛବିଚାର ଭାବନାକୁ ପରିତ୍ୟାଗ କରିବାର ସମୟ ଆସିଛି, ସମଗ୍ର ମାନବ ସମାଜ ଏ ଆହ୍ୱାନ କୁ ସ୍ବୀକାର କରିପାରିଲେ , ନିଶ୍ଚିତ ପକ୍ଷେ ଏହା ଏକ ଷୁସମ ସମାଜ ଗଠନ ର ପରିଭାଷା ହେବ ବୋଲି ଅନ୍ତିମ ନିର୍ଯାସ ଭାବରେ’ ଗ୍ରହଣ କରାଯାଇଥିଲା। ପ୍ରାରମ୍ଭିକ ଦେଶାତ୍ମବୋଧକ ସଂଗୀତ ସୁଶ୍ରୀ ଶିଳ୍ପୀ ସ୍ବରୂପା ବେହେରା , ବିବେକ ବାଣୀ ରେଭେନ୍ସା ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗ ର ଗବେଷଣାର ଛାତ୍ରୀ ସୁଶ୍ରୀ ଗାୟତ୍ରୀ ସାହୁ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଇଂରାଜୀ ଅଧ୍ୟାପିକା ସୁଶ୍ରୀ ସରିତା ସାହୁ । ଶେଷରେ ସଭାସଦ୍ ଙ୍କୁ ଅଧ୍ୟାପକ ବୈକୁଣ୍ଠ ବେହେରେ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରନ୍ତରୁ ଶତାଧିକ ଯୁବବର୍ଗ ସାମିଲ ହେବା ସହ ନିଜର ପ୍ରଶ୍ନ ମଧ୍ୟ ମଞ୍ଚରେ ପଚାରି ଥିଲେ । ଶେଷରେ ସମବେତ ଶାନ୍ତି ପାଠ କରାଯାଇଥିଲା। ଆଇ.ଆଇ.ଟି ଖଡ଼ଗପୁର ର ବିଶ୍ବବିଦ୍ୟାଳୟ ର ଗବେଷକ ଶ୍ରୀମାନ ଗୁପ୍ତେଶ୍ବର ପଟେଲ, ସଦସ୍ୟ କଳା ଓ ସଂସ୍କୃତି,ବିବେକାନନ୍ଦ ଯୁବ ସଂସଦ ଏହାର ପ୍ରତ୍ୟେକ୍ଷ ନେତୃତ୍ବ ନେଇଥିଲେ।

Related Posts

About The Author

Add Comment