ବାରିପଦା, ୨୩/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) – ଭଞ୍ଜମାଟି ମୟୁରଭଞ୍ଜ ଜନ୍ମ ଦେଇଛି ଅନେକ ବରପୁତ୍ରଙ୍କୁ ସୁକୀରି ଓ ସୁକାର୍ଯ୍ୟର ଲମ୍ବା ତାଲିକାକୁ ।ନେଇ ସେମାନଙ୍କ ସ୍ମୃତି ଇତିହାସ ପୃଷ୍ଠାରେ ଚିର ।ମେଡିକାଲ କଲେଜ କ୍ୟାମ୍ପସରେ ଏ ଯାଏ ଟିଟି ଉତ୍କଳ ତେବେ ବୁଦ୍ଧିଜୀବୀ ମହଲରେ ଏବେ ଗୋଟିଏ ବଡ଼ ଚର୍ଚ୍ଚା । ତାହା ହେଲା, ବରପୁତ୍ରଙ୍କ ନାମରେ ରାଜନୈତିକ ଦଳମାନେ ଲୋକଙ୍କ ଭାବାବେଗକୁ ନେଇ ଖେଳ ଖେଳିବାକୁ ଉଦ୍ୟମ କରୁଛନ୍ତି । ଅପରପକ୍ଷରେ ଏହି ଆଦିବାସୀ ବହୁଳ ଜିଲା ବିକାଶ ଦୃଷ୍ଟିରୁ ଯେଉଁ ତିମିରେକୁ ସେଇ ତିମିରେ । ଏ ଦିଗରେ ରାଜନେତାମାନେ ସେମିତି ଉଦ୍ୟମଶୀଳ ନ ହେବା ପରିତାପର ବିଷୟ । ସାନ୍ତାଳୀ ଭାଷା ଲିପିର ସ୍ରଷ୍ଟା ମାଟିର ମହାନ ବରପୁତ୍ର ପଣ୍ଡିତ ରଘୁନାଥ ମୁର୍ମୁ । ତାଙ୍କ ନାମାନୁସାରେ ୨୦୧୭ରେ ପଣ୍ଡିତ ରଘୁନାଥ ମୁର୍ମ ମେଡିକାଲ କଲେଜ ପ୍ରତିଷ୍ଠା ହେଲା । ପ୍ରତିଷ୍ଠାର ତିନି ବର୍ଷ ପରେ ବି ଏହାର ହସପିଟାଲରେ ଲୋକେ ଉପଯୁକ୍ତ ସେବା ପାଇପାରିଲେନି । ଗୁରୁ ଗମକେଙ୍କ ନାମରେ ଏହି ପ୍ରତିଷ୍ଠାନକୁ ନାମିତ କରି ରାଜ୍ୟ ସରକାର ବାହାବା ନେଉଛନ୍ତି । ମାତ୍ର ଏଠାରେ ଆଧୁନିକ ଯନ୍ତ୍ରପାତି ଓ ଅଭିଜ୍ଞ ଡାକ୍ତରଙ୍କ ଅଭାବ । ହସପିଟାଲ ନିର୍ମାଣ କାମ ଆରମ୍ଭ ହେଲା ନାହିଁ । ଫଳରେ ଟିକେ ଗୁରୁତର ଥିଲେ ରୋଗୀଙ୍କୁ କଟକ ରେଫର କରାଯାଉଛି । ତେବେ ଶୀଘ୍ର ବୃହତ ଟିଟି ହସପିଟାଲ ନିର୍ମାଣ ପାଇଁ ରାଜନୈତିକ ଦଳମାନେ ଦୃଢ଼ ଦାବି କରୁ ନାହାନ୍ତି ଓଡ଼ିଶା ଓ ମୟୂରଭଞ୍ଜ ଜିଲାର ବିକାଶ ପାଇଁ ପୁଣ୍ୟଶ୍ଳୋକ . ମହାରାଜା ଶ୍ରୀରାମ ଚନ୍ଦ୍ରଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ । ତାଙ୍କ ନାମରେଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ନାମିତ କରିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି । ଶାସକ ଦଳ ବିଜେଡ଼ି ବି ଦାବି କରିଛି । ବିଶ୍ଵବିଦ୍ୟାଳୟ ମହାରାଜାଙ୍କ ନାମରେ ନାମିତ ହେଲେ ବିଜେଡି ଫାଇଦା ପାଇପାରେ ବୋଲି କେହି କେହି କର୍ମୀ ଆଲୋଚନା କରୁଛନ୍ତି । ମାତ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ରହିଛନ୍ତି ଉଦାସୀନ । ଏଠାରେ ଅନେକ ସେଲ୍ଫ ଫାଇନାନ୍ସି କୋର୍ସ ଯୋଗୁ ଗରିବ ଆଦିବାସୀ ଛାତ୍ରଛାତ୍ରୀ ପାଠପଢାରୁ ବଞ୍ଚିତ ହେଉଛନ୍ତି । ସେହିପରି ବିଶ୍ଵବିଦ୍ୟାଳୟରେ ପ୍ରଫେସରଙ୍କ ଅଭାବ । ଦୁଇ ବର୍ଷ ପୂର୍ବରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥୁଲା । ମାତ୍ର ନିଯୁକ୍ତି ନାହିଁ । ସୂଚନାଯୋଗ୍ୟ ଯେ ପୂର୍ବତନ ରାଷ୍ଟ୍ରପତି ବୈଜ୍ଞାନିକ ଡ ଏପିଜେ ଅବଦୁଲ କଲାମ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ଶିମିଳିପାଳ ଜୈବ ମଣ୍ଡଳରେ ବ୍ୟାପକ ଗବେଷଣା ପାଇଁ ସେ ଉପାଦେୟ ପରାମର୍ଶ ଦେଇଥିଲେ । ଏଥୁ ନେଇ ବିଶ୍ଵବିଦ୍ୟାଳୟ ଅଧୀନରେ ଏକ ଷ୍ଟଡି ସେଣ୍ଟର ପ୍ରତିଷ୍ଠା ଉପରେ ଗୁରୁତ୍ବାରୋପକରିଥିଲେ। ତେବେ ଶିମିଳିପାଳ ଷ୍ଟଡି ସେଣ୍ଟର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେମିତି କିଛି ଗବେଷଣା କାର୍ଯ୍ୟ ନାହିଁ । ଯଶିପୁରରେ ଏହି ଷ୍ଟଡି ସେଣ୍ଟରର ଗବେଷଣାଗାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ସ୍ବାଧୀନତାର ଦୀର୍ଘ ୭୦ ବର୍ଷ ପରେ ମଧ୍ୟ ଜିଲ୍ଲାର ଆଦିବାସୀ ତଥା ଅନ୍ୟ ବର୍ଗର ଯୁବକଯୁବତୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଜିଲ୍ଲାରେ ଜଳସେଚନର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ । ଜିଲା ଗମନାଗମନ, ସ୍ବାସ୍ଥ୍ୟ ସେବା, ଶିକ୍ଷା କ୍ଷେତ୍ରରେ ରହିଛି ଅବହେଳିତ । ଏ ପରିପ୍ରେକ୍ଷୀରେ ଭାରତ ସହ ମୟୂରଭଞ୍ଜ ରାଜ୍ୟର ମିଶ୍ରଣ ଚୁକ୍ତିରେ ଥିବା ସର୍ତ୍ତ ପାଳନ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଚୁକ୍ତିର ସର୍ତ୍ତ ଅନୁସାରେ ଜିଲ୍ଲାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ସ୍ୱତନ୍ତ୍ର ପାଣ୍ଡିର ବ୍ୟବସ୍ଥା ରହିବା ଜରୁରୀ । ମୟୂରଭଞ୍ଜରେ ହାଇକୋର୍ଟର ଏକ ବେ ପ୍ରତିଷ୍ଠା ହେବା ଆବଶ୍ୟକ । ଜିଲାର ଜନସାଧାରଣଙ୍କୁ ଏଠାକାର ଖଣିଜ ସଂପଦରୁ ଲାଭ ମିଳିବା ଉଚିତ ଶିମିଳିପାଳର ସୁରକ୍ଷା ଓ ବିକାଶରେ ସ୍ଥାନୀୟ ଲୋକଙ୍କୁ ଜଡିତ କରାଯିବା ସହିତ ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରିରୁ ଲାଭ ସେମାନଙ୍କୁ ମିଳିବା ଆବଶ୍ୟକ । ସରକାର ଏସବୁ ସଉଁ କାର୍ଯ୍ୟକାରୀ କଲେ ମୟୁରଭଞ୍ଜ ଜିଲା ନିଶ୍ଚିତ ଭାବେ ବିକାଶ ପଥରେ ଅଗ୍ରସର ହୋଇପାରିବ ମାତ୍ର ଏ ଦିଗରେ ବି ଜିଲ୍ଲାର ରାଜନେତାମାନେ ରହିଛନ୍ତି ଉଦାସୀନ । ତେବେ ଜିଲ୍ଲାର ବରପୁତ୍ରଙ୍କ ନାମରେ ବିଭିନ୍ନ ପ୍ରତିଷ୍ଠାନର ନାମକରଣ ହେଉ । ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ମାତ୍ର ରାଜନୈତିକ ଦଳମାନେ ଏହି ନାମକରଣକୁ ନେଇ ଲୋକଙ୍କ ଭାବାବେଗ ସହ ଖେଳ ଖେଳିବା ଉଚିତ ନୁହେଁ ସେମାନେ ଲୋକଙ୍କ ଭାବାବେଗ ସହ ଖେଳ ଖେଳିବାରେ ନିଜ କାର୍ଯ୍ୟକୁ ସୀମିତ ରଖୁବା ଉଚିତ ନୁହେଁ । ଜିଲାର ବିକାଶ ପାଇଁ ବାସ୍ତବବାଦୀ ପଦକ୍ଷେପ ନିଆଯିବା ନେଇ ସେମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଲୋକଙ୍କର ବିକାଶ ନ ହେଲେ ଏହି ନାମକରଣ ସେମାନଙ୍କ ପାଇଁ କେବେ ଅର୍ଥପୂର୍ଣ୍ଣ ହେବ ନାହିଁ ବୋଲି ବହୁ ବୁଦ୍ଧିଜୀବୀ କହିଛନ୍ତି ।
ନାମକରଣ ଦାବିରେ ସୀମିତ ରହିବ କି ରାଜନେତାଙ୍କ କାର୍ଯ୍ୟ!
|
December 23, 2020 |