ନାବାଳିକା ସହିତ ଦୁଷ୍କର୍ମ କରିବା ଅଭିଯୋଗ

Spread the love
ରାଉରକେଲା୦୯/୦୨ (ସନ୍ଧାନ ନିୟୁଜ): ଇସ୍ପାତ ନଗରୀ ରାଉରକେଲାର ଉଦିତ ନଗର ପୋଲିସ ନାବାଳିକା ସହିତ ଦୁଷ୍କର୍ମ କରିବା ଅଭିଯୋଗରେ ରାଜୁ ଚୌଧୁରୀକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଯୁବକ ମାଲଗୋଦମ ଅଞ୍ଚଳରେ ତାଙ୍କ ଘରେ ଏକ ନାବାଳିକା ସହିତ ଖରାପ ସମ୍ପର୍କ ରଖିଥିଲା। ପରେ ଘର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଶନିବାର ମେଡିକାଲ ଯାଞ୍ଚ ପାଇଁ ପଠାଇଥିଲା। ଏହା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଯୁବକ ଜଣଙ୍କ ବିହାରର ବାସିନ୍ଦା ବୋଲି ଜଣାପଡିଛି।

Related Posts

About The Author

Add Comment