ଧର୍ମଶାଳା,୮/୯ (ସନ୍ଧାନ ନିୟୁଜ)- ଧର୍ମଶାଲା ବ୍ଳକ ଗୁରୁସାହି ରାଜ୍ୟର ମାଲକାନଗିରି କିମ୍ବା କନ୍ଧମାଳର ଅନ୍ଧାରୀ ମୁଲକରେ ଯାଜପୁର ଜିଲ୍ଲାର ଆଗୁଆ ବ୍ଳକ କୁହାଯାଉଥିବା ଧର୍ମଶାଳା ବ୍ଳକର ଅଞ୍ଜିରା ପଂଚାୟତର ଆଦିବାସୀ ଅଧିଷିତ ଅଂଚଳ ବହୁ ଚର୍ଚ୍ଚିତ ଗୁରୁସାହି ବ୍ଳକର ହେଡକ୍ୱାର୍ଟର ଠାରୁ ୨୦କି.ମି. ଦୂରତ୍ୱରେ ଏହି ଗାଁ ସତେ ଯେପରି ଅଭିଶପ୍ତ ଅନ୍ଧାର ମୁଲକର ମଳିନ ମାନଚିତ୍ର ୭୩ବର୍ଷ ପରେ ମଧ୍ୟ ବିକାଶର ବାସ୍ତବତା ଠାରୁ ବହୁ ଦୂରରେ ଗୁରୁସାହି । ପ୍ରଶାସନର ନାଲିଫିତାର ବନ୍ଧନ ଦେଇ ବିକାଶର ସୋ୍ରତରେ ସାମିଲ ହୋଇପାରିନାହିଁ । ଏମାନେ ବିକାଶ ଯେଉଁଠି ବାଟ ହୁଡୁଛି, ଲୋକର ଭୁଗୋଳ ଭୀତରେ ବଂଚିବା ପାଇଁ ସଂଗ୍ରାମ କରୁଛନ୍ତି । ୨୨ଗୋଟି ପରିବାର ଏ ନେଇ ବାରମ୍ବାର ବିଭିନ୍ ଗଣ ମାଧ୍ୟମରେ ପ୍ରକାଶ ପାଇବା ସହ ସଚେତନ ନାଗରିକ ମଂଚର ସତ ପ୍ରଚେଷ୍ଟାରେ ଗତ ଜୁଲାଇ ୧୭ରେ ଜିଲ୍ଲ୍ାପାଳ ଓ ଅନ୍ୟ ପଦାଧିକାରୀଙ୍କର ପାଦ ପଡିଥିଲା ଗୁରୁ ସାହିରେ । ସେଦିନ ସେମାନଙ୍କ ପ୍ରତିଶୃତିରେ ପୋତି ହୋଇ ପଡୁଥିଲେ ଗୁରୁସାହି ଅଧିବାସୀ ମାନେ ବାବିଲେ ସତେ ଯେମିତି ସରକାରଙ୍କ ସମସ୍ତ ବିଧି ବ୍ୟବସ୍ଥା ପହଂଚି ଯିବ । ହାତ ପାନ୍ତାରେ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ପ୍ରମୁଖ ମୌଳିକ ସମସ୍ୟା ଗୁଡିକ ଖୁବ ଶୀଘ୍ର ଦୂର ହେବ । ରେଡକ୍ରସ ସଂସ୍ଥା ପ୍ରତି ୧୫ ଦିନରେ ସ୍ୱାସ୍ଥ୍ୟ ଶିବିର କରିବା ସହ ଜିଲ୍ଲା ଶିଶୁ ମଣ୍ଡଳ ବିଭାଗ ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ସେତେବେଳେ କହିଥିଲେ । କିନ୍ତୁ ଗାଁର ନିରାଶ୍ରୟ ନାବାଳିକା ମିଞ୍ଜିନିର ରୋଗ ଗ୍ରସ୍ତ ଅବସ୍ଥା ଦେଖିଲେ ପ୍ରଶାସନର ପ୍ରତିଶୃତି ଖାଲି ଫମ୍ପା ମାଟିଆ ସହ ପାଲଟିଛି । ଅଭାରେ ଦିନ କାଟୁଛି, ଖଟିଖିଆରେ ଭାଗ୍ୟ ସବୁକୁ ଭରସା କରି ପଡିରହିଛନ୍ତି । ଏପରି ଅବସ୍ଥାରେ ସ୍ଥାନୀୟ ସଚେତନ ନାଗରିକ ମଂଚର ଆବାହାକ ସରୋଜ କୁମାର ବେହେରା ସେଠାକୁ ଯାଇ ମିଞ୍ଜିନିର ଅବସ୍ଥା ଦେଖି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ପ୍ରଶାସନ ପହଂଚି ତାକୁ ମେଡିକାଲ ନେଇଥିବା ଜଣାଯାଇଛି ।
https://www.youtube.com/watch?v=rtz3RjB72ug
Report- Prasanta Samal



