ନାବାଳିକା ବିବାହ କୁ ନେଇ ୨ ପୃଥକ ମାମଲା

Spread the love

ଝାରପୋଖରିଆ, ୧୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଝାରପୋଖରିଆ ଥାନା ଅନ୍ତର୍ଗତ ବେଲବରିଆ ଗ୍ରାମର ଜନୈକ ନାବାଳିକା (୧୮ ବର୍ଷରୁ କମ୍) ଓ ସେହି ଗ୍ରାମର ଯୁବକ(୨୧ ବର୍ଷରୁ କମ )ପରସ୍ପରକୁ ଭଲ ପାଇ ଏକ ପ୍ରକାର ଦାମ୍ପତ୍ୟ ଜୀବନ ବିତାଇ ଆସୁଥିବାବେଳେ ହଠାତ ସବୁକିଛି ବଦଳିଯିବା ସହିତ ଉଭୟ ପରିବାର ପକ୍ଷରୁ ଦୁଇ ପୃଥକ ମାମଲା ଥାନାରେ ରୁଜୁ ହୋଇଛି । ମଙ୍ଗଳବାର ପୁଅର ପିତା ତାଙ୍କ ପୁଅର ବିବାହ ବୟସ ହୋଇନଥିବା ଓ ତାକୁ ଝିଅ ଘର ଲୋକେ ତାଙ୍କ ନାବାଳିକା ଝିଅକୁ ତା ସହିତ ଚାପ ପକାଇ ବିବାହ କରାଇଥିବା ଆରୋପ ଆଣିଥିଲେ । ସନ୍ଧ୍ୟାରେ ଝିଅର ମା’ ତାଙ୍କ ନାବାଳିକା ଝିଅକୁ ବିବାହର ପ୍ରଲୋଭନ ଦେଖାଇ ତା ସହିତ ଦୀର୍ଘ ୫ ମାସ ହେବ ଶାରୀରିକ ସମ୍ପର୍କ ରଖୁ ବିବାହ ନକରିବା ନେଇ ଲିଖିତ ଏତଲା ଦେଇଛନ୍ତି । ଏବାବଦରେ ବୁଝାସୁଝା ପାଇଁ ପୁଅଘରକୁ ଯାଇଥିବା ବେଳେ ପୁଅରପିତା ମାତା ଓ ସମ୍ପର୍କୀୟ ତାଙ୍କୁ ଜାତି ଉଠାଇ ଦୂର୍ବବହାର କରିବା ସହିତ ଧମକ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଗତକାଲି ପୁଅର ପିତାଙ୍କ ଏତଲା ଆଧାରରେକେଶ ନମ୍ବର ୨୪୦ରେ ମାମଲା ରୁଜୁ ହୋଇଥିବା ବେଳେ ଝିଅର ମା’ଙ୍କ ଏତଲା ମୁତାବକ ୨୪୨ ରେ ମାମଲା ରୁଜୁ ହୋଇଛି। ଘଟଣା ମୁତାବକ ଉଭୟଙ୍କ ମଧ୍ୟରେ ବିଗତ୫ ମାସ ଧରି ସମ୍ପର୍କ ଗଢ଼ି ଉଠିଥିବା ବେଳେ ଗତ ୧ ମାସ ତଳେ ଉଭୟେ ଘରୁ ପଳାଇ ଆସି ବମ୍ବେ ଛକରେ ଭଡ଼ା ଘରେ ଦମ୍ପତି ଭାବେ ରହି ଆସୁଥିଲେ । ଗତ ପ୍ରଥମାଷ୍ଟମୀଦିନ ପୁଅର ସମ୍ପର୍କୀୟ କକାଙ୍କ ସହିତ ନୂଆ ଡ୍ରେସ କିଣିବାକୁ ଉଭୟେ ଯାଇଥିବା ବେଳେ ବାରିପଦାର ବିଶାଳ ମେଗା ମାର୍ଚ ନିକଟରେ ଝିଅକୁ ଛାଡି କକା ପୁତୁରା କୁଆଡେ ପଳାଇଥିଲେ । ରାତ୍ରି ୯ ଟା ଯାଏ ଝିଅ କୌଣସି ଉପାୟ ନପାଇ ବାରିପଦା ଟାଉନ ଥାନାରେ ଏବାବଦରେ ଅବଗତ କରାଇବା ସହିତ ତା ମା’କୁ ଫୋନ ଯୋଗେ ଯୋଗାଯୋଗ ପରେ ନିଜ ବାପ ଘରକୁ ଆସିଥିଲା । ସେହି ଦିନ ଠାରୁ ଉକ୍ତ ନାବାଳକ ଯୁବତୀଙ୍କ ସହିତ କୌଣସି ଯୋଗାଯୋଗ ରଖୁ ନଥିବା ଝିଅରମା’ ଅଭିଯୋଗ ଆଣିଛନ୍ତି ଗତକାଲି ପୁଅ ଘର ପକ୍ଷରୁ ଏତଲା ହେବା ପରେ ସ୍ଥାନୀୟ ସମନ୍ଧୀତ ଶିଶୁ ବିଭାଗ ପ୍ରକଳ୍ପ ଅଧିକାରୀ ଓ ବିଭାଗୀୟ ଅଧୁକାରୀ ସ୍ଥାନୀୟ ପୁଲିସ ସହିତଯାଇ ଘଟଣାର ତର୍ଜମା କରିଥିବା ବଳେ ଆଜି ଝିଅର ମାଆଙ୍କ ଏତଲା ପରେ ମାମଲାର ମୋଡ ବଦଳି ଯାଇଛି । ଯୁବକ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ବିରୋଧରେ ଦଫା ଲାଗିଥିବା ଜଣା ପଡ଼ିଛି । ଯୁବକକୁ ଥାନାରେ ଅଟକ ରଖିଥିବାବିଶେଷ ସୂତ୍ରରୁ ଜଣା ପଡିଥିବା ବଳେ ଝିଅକୁ ରେ ପୁଲିସ ବାରିପଦାର ୱାନ ଷ୍ଟପ୍ ସେଣ୍ଟରକୁ ପଠାଇବା ସହ ତଦନ୍ତ ଜାରି ରହିଛି ।

Related Posts

About The Author

Add Comment