କେନ୍ଦୁଝର, ୧୯/୧୨ (ସନ୍ଧାନ ନିଉଜ) : ନାବାଳିକା ଦୁଷ୍କର୍ମକାରୀ ଫାଶୀ ଦଣ୍ଡାଦେଶ। ଏପରି ରାୟ ଶୁଣାଇଛନ୍ତି କେନ୍ଦୁଝର ଏଡିଜେ। ୨୮ ଜଣ ସାକ୍ଷ୍ୟପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୭ ଜାନୁଆରୀ ୧୩ ତାରିଖରେ ନାବାଳିକାଙ୍କ ବାପା-ମାଆ ହାଟକୁ ଯାଇଥିଲେ। ଘରେ ଏକାକୀ ଥିଲେ ନାବାଳିକା। ସବୁଦିନ ପରି ସେ’ଦିନ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ସୁନୀଲ ନାଏକ ଗାଁ ବୁଲାଇବା ପାଇଁ ସାଥୀରେ ନେଇଥିଲେ। ହେଲେ ନାବାଳିକା ଘରକୁ ଫେରିନଥିଲେ। ବାପା-ମାଆ ହାଟରୁ ଫେରି ଝିଅକୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ତା’ପର ଦିନ ନାବାଳିକାଙ୍କ ଖିନ୍ଭିନ୍ ମରଶରୀର ଗାଁ ପାଖ ସ୍କୁଲର ଏକ ପରିତ୍ୟକ୍ତ ଘରୁ ମିଳିଥିଲା।
ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ
|
December 19, 2019 |



