ପାକିସ୍ତାନ୧୭/୧୦(ସନ୍ଧାନ ନିୟୁଜ): ପାକିସ୍ତାନ ଲାହୋର ଜେଲରେ ବୁଧବାର ପ୍ରତ୍ୟୁଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ପାକିସ୍ତାନରେ ୭ବର୍ଷର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦୁଷ୍କର୍ମକାରୀ ନାମ ଇମ୍ରାନ୍ ଅଲ୍ଲୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦୁଷ୍କର୍ମକାରୀ ଇମ୍ରାନ୍ ଅଲ୍ଲୀ ୭ବର୍ଷର ନାବଳିକା ସହିତ ଦୁଷ୍କର୍ମ କରିଥିଲା। ମଜିଷ୍ଟ୍ରେଟ ଅଦିଲ ସରବର ଓ ନାବାଳିକାର ପିତାଙ୍କ ସମ୍ମୁଖ ଇମ୍ରାନ୍ ଅଲ୍ଲୀକୁ ବୁଧବାର ପ୍ରତ୍ୟୁଷରେ ଦୁଷ୍କର୍ମ ଅଭିଯୋଗରେ ଫାଶୀ ଦିଆଯାଇଛି। ମଙ୍ଗଳବାର ଏହି ଦଣ୍ଡାଦେଶ ହେବା ପରେ ଦୁଷ୍କର୍ମକାରୀକୁ ନିଜ ପରିବାର ସହିତ ସମୟ କାଟିବାକୁ ୪୫ ମିନିଟ୍ ଦିଆଯାଯାଇଥିଲା। ଇମ୍ରାନ୍ ଅଲ୍ଲୀକୁ ପୁଲିସ ଜାନୁଆରିରେ ଗିରଫ କରିଥିଲା।
ଇମ୍ରାନ୍ ଅଲ୍ଲୀ ୯ଜଣଙ୍କୁ ଦୁଷ୍କର୍ମ କରିଥିଲା। ୭ବର୍ଷର ନାବାଳିକା ମଧ୍ୟ ଇମରାନ୍ର ଶିକାର ହୋଇଥିଲା। ୨୦୧୮ ଜାନୁଆରିରେ ପୀଡିତା ମୃତଦେହ ଏକ ଅଳିଆଗଦାରୁ ଉଦ୍ଧାର ହୋଇଥିଲା। ଶିଶୁର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଗଳା ଦବାଇ ହତ୍ୟା କରିଥିବା ସୂଚନା ମିଳିଥିଲା। ଏହାପୂର୍ବରୁ ଅଲ୍ଲୀ ତା’ସହିତ ଦୁଷ୍କର୍ମ କରିଥିବା ବି ଜଣାପଡ଼ିଥିଲା।
ତେବେ ଝିଅର ଦୁଷ୍କର୍ମକାରୀକୁ ଆଖି ସାମ୍ନାରେ ଫାଶୀ ହେଉଥିବା ଦେଖିବା ପରେ ଶାନ୍ତି ମିଳିଥିବା କଥା ପୀଡିତାର ପିତା କହିଛନ୍ତି।