ଯାଜପୁର, ୪/୬ (ସନ୍ଧାନ ନିୟୁଜ) ଦୀର୍ଘ ଦୁଇ ମାସ ତଳେ ସ୍କୁଲକୁ ଯାଇ ନାବାଳିକା ଝିଅ ଘରକୁ ନଫେରିବା ଯୋଗୁଁ ଘର ଲୋକେ ବୈରୀ ଥାନା ଅଧିକାରୀ ଙ୍କ ଦ୍ବାରସ୍ଥ ହୋଇ ଥିଲେ।ହେଲେ ଇତି ମଧ୍ୟରେ ୨ ମାସ ଅତିକ୍ରାନ୍ତ କରିଯାଇଥିଲେ ମଧ୍ୟ ଝିଅ ର କୈଣସି ପତ୍ତା ନମିଳିବାରୁ ବାଧ୍ୟ ହୋଇ ଘର ଲୋକେ ଆଜି ସକାଳୁ ବୈରୀ ଥାନା ସମ୍ମୁଖରେ ଧାରଣା ଦେଇଥିଲେ।ଘଟଣାରୁ ପ୍ରକାଶ ଯେ ବୈରୀ ଥାନା ଅଧିନସ୍ଥ ରାଇଝର ଗ୍ରାମର ଅଭୟ ବେହେରା ଙ୍କ ନାଁ ବାଳିକା ଝିଅ ଖୁସି(ଛଦ୍ମ ନାମ)କଳକଳା ସ୍ଥିତ ପୁର୍ଣିଚନ୍ଦ୍ର ପୁର ବିଦ୍ୟାପିଠକୁ ପଢିବା ପାଇଁ ଆସି ଆଉ ଘରକୁ ଫେରି ନଥିଲା।ଘର ଲୋକ ବହୁତ ଖୋଜି କରିବା ପରେ ନିରାଶ ହୋଇ ବୈରୀ ଥାନାରେ ନାବାଳିକା ର ମା ବୈଜୟନ୍ତି ବେହେରା ଏକ ଲିଖିତ ଅଭିଯୋଗ ତା ୮/୪/୧୯ ରିଖରେ କରିଥିଲେ।ପୁଲିସ କେସ୍ ନଂ ୫୪/୨୦୧୯ ଏକ ଅପହରଣ ମାମଲା ରୁଜୁ କରିଥିଲେ।ଯଦିଓ ପୁଲିସ ବିଶ୍ବାସ୍ତ ସୂତ୍ରରୁ ଖବର ସଂଗ୍ରହ କରି ବହୁ ସ୍ଥାନରେ ଚଢ଼ାଉ କରିଥିଲେ।ମାତ୍ର ସବୁ ସମୟରେ ଧୃତ ଅପହରଣ କରାରି ଜଣକ ଚମ୍ପଟ୍ ମାରି ଚାଲିଛି।ଯାହାକି ଅପହୃତାର ଅଭିବାହକ ଙ୍କୁ ଝିଅର ସୁରକ୍ଷା ନେଇ ବ୍ୟତିବ୍ୟସ୍ତ କରିବା ସହିତ ତୁରନ୍ତ ପୁଲିସ ପକ୍ଷରୁ ଠାବ କରିବାକୁ ଯାଇ ଆଜି ବୈରୀ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି।ଥାନା ଅଧିକାରୀ ନିରଞ୍ଜନ ଶବର ଧାରଣା ସ୍ଥାଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହିତ ଅତି ଶୀଘ୍ର ଅପହୃତକାରିକୁ ଗିରଫ ଏବଂ ସୁରକ୍ଷିତ ଭାବେ ନାବାଳିକା କୁ ଉଧାର କରିବା ପାଇଁ ପ୍ରତି ଶୃତି ଦେଇ ଥିଲେ।
Report Manas Rout