ଭଦ୍ରକ , ୨୨/୦୨ (ସନ୍ଧାନ ନିୟୁଜ) ବାସୁଦେବପୁର ରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅରୁହା ପଞ୍ଚାୟତ ର କଳସିଆ ଗ୍ରାମର ବାବୁରାମ ବିଶ୍ୱାଳ ଙ୍କ ଝିଅ କୁମାରୀ ମୀନାଶ୍ରୀ ବିଶ୍ୱାଳ ବୟସ 16 ସେ ମନ୍ଦାରୀ ମହାବିଦ୍ୟାଳୟ ର ଛାତ୍ରୀ ଅଟନ୍ତି ଗତ ଜାନୁଆରୀ କୋଡ଼ିଏ ତାରିଖ ଦିନ ଏଗାରଟାରେ ପାଖରେ ଥିବା ବେତଡା ବଜାରକୁ କିଛି କାମରେ ଯାଇଥିଲେ ହେଲେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକ ବେସ୍ତ ହୋଇ ବହୁତ ଖୋଜା ଖୋଜି କଲେ ହେଲେ ନିରାଶ ହୋଇ ଗଲେ । ଶେଷରେ ଜଣା ପଡିଲା ନାବାଳିକା ଜଣଙ୍କୁ କିଡନାପ କରାଯାଇଛି । ପରିବାର ଲୋକ ଅଭିଯୋଗ କରୁଛନ୍ତି ଯେ ପାଖ ଗ୍ରାମ ତୁଳମତଳା ଗ୍ରାମର ଜଣେ ଯୁବକ ସୁଦାମ ଜେନା ତାଙ୍କ ଝିଅକୁ ଅପହରଣ କରି ନେଇଛି । ଏ ବାବଦରେ ବାସୁଦେବପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ଏକ ଏକ ଅପହରଣ ମାମଲା ରୁଜୁ କଲା ବାସୁଦେବପୁର ପୋଲିସ ହେଲେ ନା ବାଳିକା କୁ ଅପହରଣ ହେବାର ଗୋଟାଏ ମାସ ବିତି ଗଲାଣି ବାସୁଦେବପୁର ପୋଲିସ ହାତ ଖାଲି ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଭଦ୍ରକ ଏସିପି ପାଖକୁ ଯାଇ ଏ ବାବଦରେ ଜଣାଇଥିଲେ ହେଲେ ଆଜି ଯାଏ କିଛି ସୁଫଳ ମିଳିନି । ଝିଅ କୁ ଅନାଇ ବସିଛନ୍ତି ଝିଅର ଫେରିବା ବାଟକୁ ଦୁଃଖରେ ଭାଙ୍ଗି ପଢ଼ିଛନ୍ତି ପରିବାର ଲୋକ ଆଖିରୁ ଲୁହ ଶୁଖୁନି । ବାହୁନି ବାହୁନି କାନ୍ଧୁଛି ଝିଅର ମା ଶେଷରେ ଆମ ନିଉଜ ଚେନାଲ ମାଧ୍ୟମରେ ଅନୁରୋଧ କରିଛନ୍ତି ଯଦି କୌଣସି ସହ ହୃଦୟ ବ୍ୟକ୍ତି ଏହି ନାବାଳିକା ର ଖବର ପାଆନ୍ତି- ତେବେ ନିକଟସ୍ଥ ଥାନା କିମ୍ବା ବାସୁଦେବପୁର ଥାନାରେ ସୂଚନା ଦେବା ପାଇଁ କୁହାଯାଇଛି।
ନାବାଳିକା ଅପହରଣ ଅଭିଯୋଗ; ପୋଲିସ ଚୁପ କଣ ପାଇଁ ?
|
February 22, 2020 |