କଳାହାଣ୍ଡି, 01.02.2021,( ସନ୍ଧାନ ନିଉଜ୍):- ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘର କୋଠରୀରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭବାନିପାଟଣା ଥାନା ରାମନଗର ପଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳିକାଙ୍କ ନାଁ ଅନିତା ବିଶ୍ବାଲ, ତାଙ୍କ ବୟସ ୧୦ ବର୍ଷ। ମୃତକର ମାଆଙ୍କ କହିବା ମୁତାବକ, ପାଠ ପଢା ପାଇଁ ତାକୁ ଗାଳି ଦେଇଥିଲେ । ତେଣୁ ରାଗରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଭବାନିପାଟଣା ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଜାରି ରଖିଛି।
ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
|
February 1, 2021 |
