ରାଉରକେଲା, ୦୪/୧୨ (ସନ୍ଧାନ ନିୟୁଜ): ରାଉରକେଲାରେ ଲଜ୍ଜା ଘଟଣା ସାମନାକୁ ଆସିଛି । ନିଜ ସମ୍ପର୍କୀୟ ମଉସା ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଲେ ନାବାଳିକା । ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଗୋପବନ୍ଧୁପାଲିରେ ଜଣେ ନାବାଳିକାଙ୍କୁ ତାଙ୍କ ମଉସା ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ପୀଡିତା ଏହାକୁ ବିରୋଧ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ହତ୍ୟା ଉଦ୍ୟମ ମଧ୍ୟ କରାଯାଇଛି । ଏହି ଘଟଣାରେ ଉଭୟ ନାବାଳିକାଙ୍କ ମଉସା ଓ ମାଉସୀ ସାମିଲ ଥିବା ଅଭିଯୋଗ ହୋଇଛି । ଛୁରା ମାଡରେ ଝିଅଟିର ଆଖି ନିକଟରେ ଗଭୀର ଆଘାତ ଲାଗିଛି । ଆଜି ବୁଧବାର ପୀଡିତା ନ୍ୟାୟ ଲାଗି ପ୍ଲାଣ୍ଟସାଇଟ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏପରିକି ନାବାଳିକାଙ୍କ କେତେକ ଆପତ୍ତି ଜନକ ଫଟୋ ମଧ୍ୟ ତାଙ୍କ ମଉସା ମୋବାଇଲ ଫୋନରେ ଉଠାଇ ରଖିଛନ୍ତି । ଏହାସହ ଏହି କଥା ଯଦି କାହାକୁ କୁହେ ତେବେ ପୀଡିତାଙ୍କ ଛୋଟ ଭାଇଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଧମକ ଦେଇଆସୁଥିଲେ ଅଭିଯୁକ୍ତ ମଉସା । ପୀଡିତାଙ୍କ ଅଭିଯୋଗ ମୁତାବକ କେବଳ ଥରେ ନୁହେଁ ଏହାପୂର୍ବରୁ ଅନେକ ଥର ତାଙ୍କ ସମ୍ପର୍କୀୟ ମଉସା କ୍ରିଷ୍ଣା ସିଂ ଦୁଷ୍କର୍ମ ଉଦ୍ୟମ କରିବା ସହ ଶାରୀରିକ ମାନସିକ ପୀଡା ଦେଇ ଆସିଥିଲେ। ତେବେ ମଙ୍ଗଳବାର ଦିନ ପୀଡିତା ଘରେ ଶୋଇଥିବା ବେଳେ ତାଙ୍କ ମଉସା ନିଶାଗ୍ରସ୍ତ ଅବସ୍ଥାରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଭୟରେ ଘରୁ ଦଉଡି ପଳେଇଥିଲେ। ଶେଷରେ ଆଜି ବାଧ୍ୟ ହୋଇ ପୀଡିତା ବସ୍ତିର ମହିଳା ନାରୀ ନେତ୍ରୀଙ୍କ ସହାୟତାରେ ପ୍ଲାଣ୍ଟସାଇଟ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ନାବାଳିକାକୁ ମଉସାର ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗ
|
December 4, 2019 |
