ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆସମୀକୁ ୧୦ ବର୍ଷ କାରାଦଣ୍ଡ

Spread the love

ଯାଜପୁର ସଦର,୦୬ା୦୮(ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ପଞ୍ଚାୟତ ଜୟସିଂହଡ଼ା ଗ୍ରାମର ଜଣେ ନାବାଳିକା କୁ ସେହିଗ୍ରାମର ଜଣେ ଯୁବକ ବଳାକ୍ରାର କରିଥିବା ଅଭିଯୋଗରେ ଝିଅର ପରିବାର ପକ୍ଷରୁ ନେଇ ଧର୍ମଶାଳାଥାନାରେ ଅଭିଯୋଗ କରାଯାଇଥିଲା, ଆସାମୀକୁ ଗିରଫ କରାଯାଇ ବିଚାରଧିନ ବୟାନ ଭାବରେ ୨୦୧୫ ମସିହା ଠାରୁ ୨୦୨୧ ପର୍ଯ୍ୟନ୍ତ କାରାଗାରରେ ବନ୍ଦୀଭାବରେ ଜୀବନ ବିତାଉଥିବା ବେଳେ, ଯାଜପୁର ଦୌରାଜିଜ୍ ପୋସ୍କୋ କୋଟରେ ବିଚାର କରାଯାଇ ଜଜ୍ ଜ୍ଞାନେନ୍ଦ୍ର ବାରିକ୍ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ବନ୍ଧଡ଼ିହ ପଞ୍ଚାୟତ ଜୟସିଂହଡ଼ା ଗ୍ରାମର ପରମାନନ୍ଦ ପଣ୍ଡାଙ୍କ ପୁଅ ଅମରେଶ ପଣ୍ଡା ୨୦୧୫ ମସିହା ଅକ୍ଟୋବର ୨୮ ତାରିଖରେ ସେହିଗ୍ରାମର ଜଣେ ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଉଥିଲେ । ସଂଧ୍ୟ୍ୟା ୭ ଟା ସମୟରେ ବିଦୁ୍ୟତ ଲାଇନ୍ ଚାଲିଯିବାରୁ ସେହିବାଳିକା ଜଣକ ଘରକୁ ଫେରୁଥିବା ସମୟରେ ଅମରେଶ ପଣ୍ଡା ନାବାଳିକାକୁ ପ୍ରଲୋଭନ ଦେଖାଇ ଛାତ ଉପରକୁ ନେଇଯାଇଥିଲେ । ସେଠାରେ ଅମରେଶ ପଣ୍ଡା ନାବାଳିକାକୁ ବଳାକ୍ରାର କରିବା ସହିତ ଘଟଣା ସ୍ଥଳରୁ ଚମ୍ପଟମାରିଥିଲା । ସେହି ଅସହାୟ ନାବଳିକା ନିଜଘରକୁ ଫେରି ମାଙ୍କୁ ଘଟଣା ସମ୍ପର୍କରେ କହିବା ପରେ ନାବଳିକାର ମା ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଜଳଧର ରାଉତ ଧର୍ମଶାଳ ପୋଲିସ୍ ସହାୟତାରେ ଅମରେଶଙ୍କୁ ଗିରଫ କରିଥିଲେ । ଗିରଫ କରାଯାଇ ଚଣ୍ଡିଖୋଲ କୋଟକୁ ଚାଲାଣ କରାଯାଇଥିଲା । ଜାମିନ ନା ମଞ୍ଜୁର ହେବାରୁ ଅସାମୀ ରମେଶ ପଣ୍ଡାକୁ ୨୦୧୫ ମସିହା ଠାରୁ ହାଜତ୍ ମଧ୍ୟରେ କାଳକାଟୁଥିଲେ । ଯାହାକି ଧର୍ମଶାଳା ଥାନାରେ ୩୦୮/୨୦୧୫ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(୨)(ଆଇ) ୫୧୧ ଓ ବାଳ ନିର୍ଯ୍ୟାତନା ଆଇନ ଧାରା ୪ ଓ ୧୮ ରେ ମାମଲା ରୁଜୁ କରିବା ସହିତ ଅମରେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜେଲରେ ଥିବା ବିଚାରଧିନ କଏଦି ଭାବେ ରହିଥିବା ବେଳେ ଜିଲ୍ଲା ଦୌରାଜଜ୍ ଜ୍ଞାନେନ୍ଦ୍ର କୁମାର ବାରିକ ବିଚାରକରି ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ନ୍ୟାୟଳୟ ୨୦ ହଜାର ଟଙ୍କା ଦଣ୍ଡିତ କରିଛନ୍ତି । ୧୫ ଜଣ ସାକ୍ଷୀ ମାନଙ୍କୁ ନେଇ ଏବଂ ପ୍ରମାଣକୁ ଭିତ୍ତି କରି ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ଶ୍ରୀଯୁକ୍ତ ରାଜୀବ ମହାନ୍ତୀ ଏହି ମାମଲା ପରିଚାଳନା କରିଥିଲେ ।

Related Posts

About The Author

Add Comment