ନାବାଳିକାକୁ ଦୁର୍ଷ୍କମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

Spread the love
ବାଲେଶ୍ୱର, ୨୭/୦୧/୨୦୧୨ (ସନ୍ଧାନ ନିଉଜ) ଦିବ୍ୟାଙ୍ଗ ନାବାଳିକାକୁ ଦୁର୍ଷ୍କମ ମାମଲା । ଏହି ଘଟଣାରେ ୬୩ ବର୍ଷୀୟ ବୃଦ୍ଧଙ୍କୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ ଜଣକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ଡମରାର ମନ୍ମଥ ଜେନା । ମାମଲାର ବିଚାର କରି ବାଲେଶ୍ୱର ପକ୍ସୋ କୋର୍ଟ ଦଣ୍ଡ ଶୁଣାଇଛନ୍ତି ।  ସୂଚାନା ଅନୁସାରେ, ୨୦୧୮ ମସିହା ମେ ୧୬ ତାରିଖରେ ବୃଦ୍ଧ ଜଣକ ନାବାଳିକାକୁ ଦୁର୍ଷ୍କମ କରିଥିଲେ । ଏହାକୁ ନେଇ ନାବାଳିକା ଜଣକ ପରିବାର ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ।  ମାତ୍ର ନାବାଳିକା ଜଣକ କହି ପାରନ୍ତି ନାହିଁ କି ଶୁଣି ପାରନ୍ତି ନାହିଁ । ନାବାଳିକା ଜଣକ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିଲା ।

Related Posts

About The Author

Add Comment