ଆନନ୍ଦପୁର,୦୪.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଘସିପୁରା ଥାନା ଧକୋଠା ପଞ୍ଚାୟତଜଳନଣ୍ଡା ଅଞ୍ଚଳର ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଛନ୍ତି । ଏ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ ଜଳନଣ୍ଡା ଗ୍ରାମର ମେଦ ନାଇକ, ଚଗୁଲୁ ନାଇକ, ବଳିଆ ନାଇକ, କୁନା ନାଇକ। ଏମାନଙ୍କ ବିରୋଧରେ ଘସିପୁରା ପୁଲିସ ୧/୨୦୨୧ରେ ମାମଲା ରୁଜୁ କରିଥିବା ଥାନା ଭାରାପ୍ରାପ୍ତ ଅଧିକାରୀ ମନୋରଞ୍ଜନ ବିଶୁ ସୂଚନା ଦେଇଛନ୍ତି । ୬ ପୋସ୍କୋ ଆକ୍ଟ ଧାରା ୩୭୬ଡି, ୨୯୪, ୩୯୪, ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଡାକ୍ତରୀମାଇନା ପରେ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଘସିପୁରା ପୁଲିସ ତନାଘନା ଆରମ୍ଭ କରିଛି। ସୂଚନାଯୋଗ୍ୟ, ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ପୀଡ଼ିତା ନାବାଳିକା ଗାଁ ନିକଟ ଏକ ନାଳରୁ ଶୌଚ ହୋଇ ଫେରିବା ସମୟରେ ଜଣେ ସମ୍ପର୍କୀୟ ଯୁବକଙ୍କ ସହିତ କଥା ହୋଇଥିଲେ । ଘଟଣା ସମୟରେ ଅଭିଯୁକ୍ତ୪ ଜଣ ଘଟଣାସ୍ଥଳରେ ପହଞ୍ଚି ସମ୍ପର୍କୀୟ ଯୁବକଙ୍କ ସହିତ ନାବାଳିକା ହେଉଥିବା କଥାବାର୍ତ୍ତାକୁ ବାରଣ କରିଥିଲେ । ଏହି ଘଟଣାରେ ଭୟଭୀତ ହୋଇ ସମ୍ପର୍କୀୟ ଯୁବକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । କିନ୍ତୁ ଅଭିଯୁକ୍ତ ୪ ଜଣ ନାବାଳିକାକୁ ଟେକି ନେଇ ନାଳ ନିକଟରେ ଥିବା ଏକ ଜଙ୍ଗଲରେ ବଳାତ୍କାର କରିଥିଲେ । ଏନେଇ ନାବାଳିକା ଅଭିଯୋଗ କରିବା ପରେ ଘସିପୁରା ପୁଲିସ ଜଳନଣ୍ଡା ଗ୍ରାମର ମେଦ ନାଇକ, ଚଗୁଲୁ ନାଇକ, ବଳିଆ ନାଇକ, କୁନା ନାଇକକୁ ପୁଲିସ ଥାନାକୁ ଆଣି ପଚରାଉଚୁରା କରିଥିଲା । ଅଭିଯୁକ୍ତମାନେ ସ୍ୱୀକାର କରିବା ପରେ ସେମାନଙ୍କର ଡାକ୍ତରୀମାଇନା କରାଯାଇଛି । ପରେ କୋର୍ଟ ଚାଲାଣ ହୋଇଥିବା ସୂଚନା ମିଳିଛି ।
ନାବାଳିକାକୁ ଗଣବଳାତ୍କାର , ୪ ଅଭିଯୁକ୍ତ ଗିରଫ
|
January 4, 2021 |