ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ଆସାମୀକୁ ୩ବର୍ଷ କରାଦଣ୍ଡ

Spread the love

ଯାଜପୁର ସଦର, ୧୪/୦୧/୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି ଯାହାକି ନାବାଳିକାକୁ ଅସଦାଚରଣ କରିଥିବା ଘଟଣାକୁ ନେଇ ମାନ୍ୟବର କୋର୍ଟ ଆସାମୀକୁ ୩ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ୨୦୧୪ ମସିହରେ ପାଣିକୋଇଲି ଥାନା ଅନ୍ତର୍ଗତ ଶଙ୍ଖଚିଲା ଫାଣ୍ଡିନିକଟସ୍ଥ ଜଣେ ଜୈନିକା ନାବାଳିକା ୧୨ ବର୍ଷର ନିଜଘର ପାଖରେ ବସି ପରିଶ୍ରା କରୁଥିବା ବେଳେ, କାମନ୍ଧ ଯୁବକ ଲକ୍ଷ୍ମୀନଗର ଗ୍ରାମର ଗଗନ ମଲିକ ନାମକ ଏହି କାମାନ୍ଧ ଯୁବକ ଦୁଷ୍କର୍ମ ପାଇଁ ନାବାଳିକା ହାତକୁ ଧରି ଟାଣି ନେଇଥିବା ବେଳେ, ଏହି ନାବାଳିକାଟି ଚିତ୍କାର କରିବାରୁ ଘରଲୋକମାନେ ସେଠାକୁ ଦୌଡ଼ି ଆସିଥିବା ବେଳେ, ଏହି ଯୁବକ ଘରଲୋକମାନଙ୍କୁ ଦେଖି ନିଜ ମଟର ସାଇକେଲରେ ଚମ୍ପଟ ମାରିବାପାଇଁ ଉଦ୍ୟମ କରିଥିଲା । ନାବାଳିକାର ମା, ବଡ଼ଭଉଣୀ ଏହି ଯୁବକୁ କାବୁ କରିବାକୁ ଚେଷ୍ଟା କରିଥିବାବେଳେ, ଗଗନ ସେମାନଙ୍କୁ ଧକ୍କାମାରି ମଟର ସାଇକେଲ ଛାଡ଼ି ଚମ୍ପଟ ମାରିଥିଲା । ଏନେଇ ନାବାଳିକାର ମା ପାଣିକୋଇଲି ଥାନାରେ ଅଭିଯୋଗ କରିବାପରେ ପାଣିକୋଇଲି ଥାନା ଅଧିକାରୀ ଗଗନ ବିରୋଧରେ ପୋସ୍କୋ ଆଇନ ଅନୁଯାଇ ମାମଲା ରୁଜୁ କରିଯାଇଥିଲା । ଏହି କେସର ବିଚାର ଚାଲିଥିବା ବଳେ, ୮ଜଣ ସାଖିକୁ ନେଇ ବୟାନ ରେକର୍ଡ ହୋଇଥିବା ବେଳେ, ସାଖିମାନଙ୍କ ବୟାନକୁ ଭିତ୍ତିକରି ପୋସ୍କୋ ସ୍ୱତନ୍ତ୍ର ଫାଷ୍ଟାକ କୋର୍ଟର ବିଚାରପତି ଗୋପାଳ ଚନ୍ଦ୍ର ପଟ୍ଟନାୟକ ଏହି ଅଭିଯୁକ୍ତ ଯୁବକକୁ ୩ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ବାବଲିକ ପ୍ରଶୁକୋଟ୍‌ର ରାଜିବ ମହାନ୍ତି ପରିଚାଳନା କରିଥିଲେ ।

Related Posts

About The Author

Add Comment