ରାଉରକେଲା: ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ କଳିକା ଡ଼୍ୟାନ୍ସ ଆଣ୍ଡ ମ୍ୟୁଜିକ ଏକାଡ଼େମୀର ସମ୍ପାଦକ ତଥା ବରିଷ୍ଠ କଳାକାର ନାଟ୍ୟ ନିର୍ଦ୍ଦେଶକ ଧନେଶ୍ୱର ସାହୁ କରୋନାରେ ଆ୍କ୍ରାନ୍ତ ହୋଇ ଭୂବେନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ନାଟ୍ୟଗୁରୁ ଧନେଶ୍ୱର ସାହୁ ଦକ୍ଷିଣ ରାଉରକେଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନରେ ନିଜକୁ ଜଡ଼ିତ ରଖିଥିଲେ । ସେହିପରି ଦେଓଗାଁ ନିବାସୀ ଶିକ୍ଷାବିତ ପିତବାସ ଦାସଙ୍କ ଅକାଳ ବିୟୋଗରେ ମଧ୍ୟ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ସେ ଜଣେ ପରୋପକାରୀ,ବନ୍ଧୁବତ୍ସଳ,ସମାଜସେବୀ ,ଧର୍ମପରାୟଣ ସ୍ୱଭାବର ବ୍ୟକ୍ତିଭାବେ ବେଶ ପରିଚିତ ଥିଲେ । ଏହି ଦୁôଖଦ ଖବର ପ୍ରଚାରିତ ହେବା ପରେ ରାଉରକେଲା ସମେତ ସାରନଗରୀରେ ଶୋକର ଛାୟା ଖେଳିଯାଇଛି ।
ଉତ୍କଳମଣୀ ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ: ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି ଓ ସମ୍ପାଦକ ଅରୁଣ କୁମାର ପରିଡ଼ା ଏକ ମିଳିତ ପ୍ରେସ ବିବୃତିରେ କହିଛନ୍ତି ସ୍ୱର୍ଗତ ଧନେଶ୍ୱର ସାହୁ ଏକାଧାରରେ ଜଣେ ସୁକଳାକାର,ନାଟ୍ୟ ନିର୍ଦ୍ଦେଶକ,ସୁସଂଗଠକ ଓ ପରୋପକାରୀ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ତାଙ୍କ ଜିବଦଶା ସମୟରେ କଳିକା ଅନୁଷ୍ଠାନ ଗଠନ କରି କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ କଳା ପ୍ରଦର୍ଶନ କରି ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ମାନୀତ ହୋଇଥିଲେ । ତାଙ୍କ ବିୟୋଗରେ କଳାକାର ଜଗତର ଅପୂରଣୀୟ କ୍ଷତି ଘଟିଲା ବୋଲି କହିଥିଲେ । ଅନ୍ୟମାନଙ୍କ ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ,ସମାଜସେବିକା କବୟିତ୍ରୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ଡ଼ାକ୍ତର ବିଷ୍ଣୁପ୍ରିୟା ସାହୁ,ମିନତୀ ବିଶ୍ୱାଳ,ସମ୍ପାଦିକା ସଚଳା ପଣ୍ଡା,ମୋହିନୀ ନାୟକ,ଅନ୍ତର୍ଯ୍ୟାମୀ ବେଉରିଆ,ସନାତନ ସାହୁ,ଚିତ ରଂଜନ ନନ୍ଦ,ଆରତୀ ଚୌଧୁରୀ,ସଂନ୍ଧ୍ୟା ଲାକ୍ରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୃଜନୀ ସାହିତ୍ୟ ସଂସଦ : କଳିକା ଡ଼୍ୟାନ୍ସ ମ୍ୟୁଜିକ ଏକାଡ଼େମୀର ପ୍ରତିଷ୍ଠାତା ତଥା ନାଟ୍ୟଗରୁ ଧନେଶ୍ୱର ସାହୁଙ୍କର ଅକାଳ ବିୟୋଗରେ ସୃଜନୀ ସାହିତ୍ୟ ସଂସଦ ଗଭୀର ଶୋକବ୍ୟକ୍ତ କରିଛି । ଅନୁଷ୍ଠାନ ପକ୍ଷରୁ ସଭାପତି ଜ୍ୟୋସ୍ନା ଷଢଙ୍ଗୀ ଓ ସାଧାରଣ ସମ୍ପାଦକ ରବିନ୍ଦ୍ର ବେହୁରିଆ ଏହି ଘଡ଼ିସନ୍ଧି ମୁହୁର୍ତରେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଅସୀମ ଶକ୍ତି,ସାହାସ ଓ ଧୌର୍ଯ୍ୟ ଯୋଗାଇ ଦେବା ସହ ଅମର ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ସଚେତନ ନାଗରିକ ମଂଚ:ରାଉରକେଲା ସଚେତନ ନାଗରିକ ମଂଚ ପକ୍ଷରୁ ନାଟ୍ୟଗୁରୁ ଧନେଶଶ୍ୱରଙ୍କ ଅକାଳ ବିୟୋଗରେ ଶୋକ ପ୍ରକଟ କରାଯାଇଛି । ଏକ ଶୋକ ବାର୍ତାରେ ସଂଗଠନର ସାଧାରଣ ସମ୍ପାଦକ ପି.ପି ରାୟ ଶୋକ ପ୍ରକଟ କରିବା ସହ ଦୁଇ ଜଣଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରାଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ: ସାରନଗରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ ପକ୍ଷରୁ ସଦସ୍ୟମାନେ ଶିକ୍ଷାବିତ ପିତବାସ ଦାସ ଓ କଳିକା ଡ଼୍ୟାନ୍ସ ମ୍ୟୁଜିକ ଏକାଡ଼େମୀର ପ୍ରତିଷ୍ଠାତା ଧନେଶ୍ୱର ସାହୁଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲ।। ନବକୃଷ୍ଣ ନଗର ସି ବ୍ଲକ ଗ୍ରାମ୍ୟ କମିଟି : ନବକୃଷ୍ଣନଗର ସି ବ୍ଲକ ଗ୍ରାମ୍ୟ କମିଟି ପକ୍ଷରୁ ସଭାପତି ବାସୁଦେବ ସାହୁ ଏକ ଶୋକ ବାର୍ତାରେ କହିଛନ୍ତି ନାଟ୍ୟଗୁରୁ ଧନେଶ୍ୱର ସାହୁ ବିୟୋଗରେ ଦକ୍ଷିଣ ରାଉରକେଲା ତଥା ରାଉରକେଲାର କଳା ଜଗତରେ ଏକ ଅପୂରଣୀୟ କ୍ଷତି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥ ନିକଟରେ ପ୍ରାର୍ଥନା କରାଯାଇଛି । ବିଦ୍ୟା ଷ୍ଟଡ଼ି ପଏଂଟ :ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ନାଟ୍ୟଗୁରୁ ଧନେଶ୍ୱର ଓ ଶିକ୍ଷାବିତ ପିତବାସ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଛି । ଫର୍ଟିଲାଇଜର ବିଜୁ ଜନତା ଦଳ:ସାରନଗରୀ ବିଜୁ ଜନତା ପକ୍ଷରୁ ଲୋକନାଥ ମାର୍କେଟ କାର୍ଯ୍ୟାଳୟ ଠାରେ ନାଟ୍ୟଗୁରୁ ଧନେଶ୍ୱର ଓ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତା ତଥା ଶିକ୍ଷାବିତ ପିତବାସ ଦାସ ବିୟୋଗରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲ।। ଏହି ସଭାରେ ବରିଷ୍ଠ ବିଜେଡ଼ି ନେତା ଶ୍ରୀଚରଣ ସାମଲ,ଜ୍ୟୋତି ରଂଜନ ମହାନ୍ତି,ସଂଜୟ ଦାସ,ଚାନ୍ଦମଣୀ ନାୟକ,ସଂଜୟ ପରିଡ଼ା, ସିଦ୍ଧେଶ୍ୱର ବଳ,ଅଜୟ ବିଶ୍ୱାଳ,ଅନୀଲ ମଲ୍ଲିକ,ସୁଶାନ୍ତ ରାଉତ,ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ ଉପସ୍ଥିତ ରହି ଶ୍ରଦ୍ଧାଜଂଳି ଦେବା ପୂର୍ବକ ସ୍ୱର୍ଗତ ଆତ୍ମାର ଶାନ୍ତି ପ୍ରାର୍ଥନା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ଭଗବାନ ଧୌର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରାଯାଇଛି । ଦକ୍ଷିଣ ରାଉରକେଲା ଯାଦବ ମହାସଂଘ : ଦକ୍ଷିଣ ରାଉରକେଲା ଯାଦବ ମହାସଂଘ ପକ୍ଷରୁ ଏହାର ଉପସଭାପତି ପିତବାସ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କରିଛି । ସଭାପତି ସୁଶାନ୍ତ ବେହେରା,ବାଦଲ ଦାସ,ସଂଜୟ ଦାସ ପ୍ରମୁଖ ସମେତ ସଂଘର ବହୁ ସଦସ୍ୟ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି ।
ନାଟ୍ୟଗୁରୁ ଧନେଶ୍ୱର ଓ ଶିକ୍ଷାବିତ୍ ପିତବାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ
|
November 24, 2020 |